Latest Odisha News

BREAKING NEWS

ମାଲକାନଗିରିରେ ପାଠପଢା ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଛି ‘ଜାହାଜ ସ୍କୁଲ’ !

ମାଲକାନଗିରି: ମାଲାକାନଗିରିରେ ଜାହାଜ ସ୍କୁଲ । ଏହି ଉକ୍ତି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏକପ୍ରକାର ସତ । ଛାତ୍ରଛାତ୍ରୀମାନଙ୍କୁ ଦୈନିକ ସ୍କୁଲ ଆସିବା ଲାଗି ଉତ୍ସାହିତ ତଥା ଆକର୍ଷିତ କରିବା ଲାଗି ଏଭଳି ଏକ ଅଭିନବ ପରିକଳ୍ପନା କରିଛନ୍ତି ସମ୍ପୃକ୍ତ ବିଦ୍ୟାଳୟର କର୍ତ୍ତୃପକ୍ଷ ।

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଟେମ୍ପୋରାରୀ କଲୋନୀରେ ଥିବା ସରକାରୀ ବିଦ୍ୟାଳୟକୁ ଜାହାଜ ଆକୃତି ପ୍ରଦାନ କରାଯାଇଛି । ଏହାକୁ ବାସ୍ତବ ରୂପ ଦେବାକୁ ଯାଇ ସ୍କୁଲର କାନ୍ଥରେ ଅଙ୍କିତ ଜାହାଜର ନାମ ‘ଗୁରୁପ୍ରିୟା ସେତୁ’ ରଖାଯାଇଛି ।

ଏହି ଅଭିନବ ପଦକ୍ଷେପ ଗ୍ରହଣ କରିବା ଫଳରେ ସ୍କୁଲ ଆସିବା ଲାଗି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଉଥିବା ନେଇ ପ୍ରକାଶ କରିଛନ୍ତି ସ୍କୁଲ୍ କର୍ତ୍ତୃପକ୍ଷ । ଏପରିକି ଶ୍ରେଣୀଗୃହର କବାଟରେ ମଧ୍ୟ ଜାହାଜଟିର ଛବି ରହିଛି । ଫଳରେ ଶ୍ରେଣୀଗୃହର କବାଟ ଖୋଲି ଭିତରକୁ ପ୍ରବେଶ କଲାବେଳେ ପିଲାମାନେ ଜାହାଜରେ ପ୍ରବେଶ କଲାଭଳି ଅନୁଭବ କରୁଛନ୍ତି ।

ଅବିକଶିତ ଅଞ୍ଚଳ ମଧ୍ୟରେ ମାଲକାନଗିରି ଜିଲ୍ଲା ଅନ୍ୟତମ । ଏହି ଜିଲ୍ଳାର ଛାତ୍ରଛାତ୍ରୀମାନେ କେବଳ ପୁସ୍ତକରେ ରେଳଗାଡି, ବିମାନ ଓ ଜାହାଜର ଚିତ୍ର ଦେଖିଥିଲେ । କିନ୍ତୁ ଏହି ଜିନିଷର ବାସ୍ତବିକ ରୂପ ଦେଖିବାକୁ କେବେ ସୁଯୋଗ ପାଇନଥିଲେ । ଏସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନପ୍ରଦାନ କରିବାକୁ ଯାଇ ସ୍କୁଲ କର୍ତ୍ତୃପକ୍ଷ ଏଭଳି ଅଭିନବ ପ୍ରୟାସ କରିଛନ୍ତି ।

ଆହୁରି ମଧ୍ୟ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହ ମଧ୍ୟରେ ବସି ପାଠ ପଢୁଥିବା ବେଳେ ସେମାନେ ଜାହାଜରେ ବସିଥିବା ଭଳି ଅନୁଭବ କରୁଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.