Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଆସନ୍ତାକାଲି ବାରବାଟୀ ଲଢ଼େଇ, ଆଜି ଉଭୟ ଦଳର ନେଟ ପ୍ରାକ୍ଟିସ

କଟକ: ଆସନ୍ତାକାଲି ବାରବାଟୀ ଲଢ଼େଇ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କ୍ରିକେଟ ପ୍ରେମୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଗତକାଲିଠୁ ଉଭୟ ଦେଶର ଖେଳାଳି ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି । ଆଜି ଉଭୟ ଦଳ ବାରବାଟୀ ଯାଇ ନେଟ ପ୍ରାକ୍ଟିସ କରିବେ । ପ୍ରଥମେ ଦକ୍ଷିଣ ଆଫ୍ରିକା ଟିମ୍ ବାରବାଟୀ ଗ୍ରାଉଣ୍ଡରେ ଅଭ୍ୟାସ କରିବ । ଦିନ ଗୋଟାଏରୁ ପ୍ରାକ୍ଟିସ ଆରମ୍ଭ ହେବ ।

ପରେ ସନ୍ଧ୍ୟା ୫ଟାରୁ ନେଟ ପ୍ରାକ୍ଟିସ କରିବ ଇଣ୍ଡିଆ । ଉଭୟ ଦଳ ୩ ଘଣ୍ଟା ଲେଖାଏଁ ଅଭ୍ୟାସ କରିବାର ସୂଚନା ରହିଛି । ନେଟ ପ୍ରାକ୍ଟିସ୍ ପାଇଁ ୪ଟି ପିଚ୍ ପ୍ରସ୍ତୁତ ହୋଇ ରହିଛି ।ଅଭ୍ୟାସ ପାଇଁ ଉଭୟ ଦେଶର ଖେଳାଳି କଡ଼ା ସୁରକ୍ଷା ମଧ୍ୟରେ ହୋଟେଲ ମେ ଫାୟାରରୁ ବାରବାଟୀ ଷ୍ଟାଡିୟମ ଯିବେ । ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ ଡିସିପି ।

ଏହି ସମୟରେ ପ୍ରତ୍ୟେକ ଛକରେ ପୋଲିସ ଅଧିକାରୀ ନିୟୋଜିତ ରହିବେ । ଖେଳାଳିଙ୍କ ଯାତ୍ରା ସମୟରେ ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ପ୍ରଥମ ଟି-ଟ୍ବେଣ୍ଟି ଭଳି ବାରବାଟୀରେ ମଧ୍ୟ ବଡ଼ ସ୍କୋର ହେବାର ଅଧିକ ସମ୍ଭାବନା ରହିଛି । ଅନ୍ୟପଟେ ମ୍ୟାଚ ଉପରେ ବର୍ଷା ପ୍ରଭାବ ମଧ୍ୟ ରହିପାରେ । ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି କର୍ତ୍ତୁପକ୍ଷ ।

Leave A Reply

Your email address will not be published.