Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] କୂଅରୁ ମିଳିଲା ୨୦୦ ବର୍ଷ ତଳର ପୁରୁଣା ପଥର, ଶିବଲିଙ୍ଗ କହି ଲୋକେ କରୁଛନ୍ତି ପୂଜା

ମୁମ୍ବାଇ: ଜ୍ଞାନବ୍ୟାପୀ ମସଜିଦରୁ କଥିତ ଶିବଲିଙ୍ଗ ମିଳିବା ନେଇ ଦେଶବ୍ୟାପୀ ବିବାଦ ଥମିନି । ଆଉ ଏବେ ମହାରାଷ୍ଟ୍ରର ୱାଶିମ୍ ଜିଲ୍ଲା କରଞ୍ଜ ସହରର ଏକ କୂଅରୁ ମିଳିଥିବା ନୂଆ ପଥରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ସ୍ୱତନ୍ତ୍ର ପଥରକୁ ପୂଜାରୀ ଶିବଲିଙ୍ଗ କହୁଥିବା ବେଳେ ଲୋକେ ପୂଜାର୍ଚ୍ଚନା କରୁଛନ୍ତି । କୂଅରୁ ଶିବଲିଙ୍ଗ ମିଳିବା ପରେ ଦେଖିବା ପାଇଁ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି ।

କୂଅ ସଫା ସମୟରେ ଏକ ବଡ଼ ନିଆରା ପଥର ମିଳିଥିଲା । ଏହି ପଥରର ଓଜନ ୩୦ରୁ ୩୫ କିଲୋଗ୍ରାମ ହୋଇଥିବା ବେଳେ ପୂଜାରୀ ଏହାକୁ ଶିବଲିଙ୍ଗ ବୋଲି କହିଛନ୍ତି । ଏପରିକି ଶିବଲିଙ୍ଗ କୁହାଯାଉଥିବା ଏହି ପଥର ୨୦୦ ବର୍ଷରୁ ଅଧିକ ପୁରୁଣା ହୋଇଥିବା ଦାବି କରିଛନ୍ତି ପୂଜକ । ତେବେ ଯେଉଁ କୂଅରୁ ଏହି ପଥର ମିଳିଛି ଆସନ୍ତୁ ଜାଣିବା ସେ ବିଷୟରେ ।

ମହାରାଷ୍ଟ୍ର କରଞ୍ଜ ସହରରେ ରହିଛି ଶହେ ବର୍ଷ ତଳର ଏହି କୂଅ । କୂଅର ଗଭୀରତା ୬୦ ଫୁଟରୁ ଅଧିକ ରହିଛି । କୂଅ ସଫା କରାଯିବା ବେଳେ ନିଆରା ପଥର ମିଳିବା ପରେ ଗଛତଳେ ରଖି ପୂଜା କରୁଛନ୍ତି ଲୋକେ । ଏପରିକି ସେଠାରେ ଶିବ ମନ୍ଦିର ନିର୍ମାଣ ପାଇଁ ଲୋକେ ଦାବି କରୁଛନ୍ତି ।

କୂଅରୁ ୨୦୦ ବର୍ଷର ତଳର ପଥର ମିଳିବା ପରେ ସ୍ଥାନୀୟ ତହସିଲଦାର ଅନୁଧ୍ୟାନ କରିଛନ୍ତି । ପଥର ସମ୍ପର୍କରେ ପ୍ରତ୍ନତତ୍ତ୍ୱ ବିଭାଗକୁ ଜଣାଇଛି ପ୍ରଶାସନ । ତେବେ ପଥର ପ୍ରକୃତରେ ଶିବଲିଙ୍ଗ କି ନୁହେଁ ତାର ରହସ୍ୟ ଖୋଲିବ ପ୍ରତ୍ନତତ୍ତ୍ୱ ବିଭାଗ । ତେବେ ମିଳିଥିବା ପଥରଟି ନର୍ମଦେଶ୍ୱର ଶିବଲିଙ୍ଗ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରୁଛନ୍ତି ।

Leave A Reply

Your email address will not be published.