Latest Odisha News

BREAKING NEWS

ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି, ରଜରେ ଓଡ଼ିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର: ରଜରେ ଓଡ଼ିଶା ଛୁଇପାରେ ମୌସୁମୀ । ମୌସୁମୀ ଓଡ଼ିଶା ଛୁଇଁବା ପାଇଁ ଧିରେ ଧିରେ ପାଗ ଅନୁକୂଳ ହେଉଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରଜରେ ଓଡ଼ିଶା ମୌସୁମୀ ବର୍ଷାରେ ଭିଜିବ ବୋଲି ଆଶା କରାଯାଉଛି ।

ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗର, କୋଙ୍କଣର ଅଧିକାଂଶ ଅଞ୍ଚଳ ସହ ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ କିଛି ଅଞ୍ଚଳରେ ସକ୍ରିୟ ରହିଛି । ଆଗାମୀ ୪୮ ଘଣ୍ଟାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁକୁ ସମ୍ପୂର୍ଣ୍ଣ ଛୁଇଁବା ସହ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମକେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବଙ୍ଗୋପସାଗରର କିଛି ଅଞ୍ଚଳରେ ପହଞ୍ଚିବ ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଏବେ ଓଡ଼ିଶାରେ ଲାଗି ରହିଥିବା ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ମିଳିବ । ବିଶେଷକରି ରଜ ମୌସୁମୀ ବର୍ଷାରେ ଭଜିପାରେ ।

Leave A Reply

Your email address will not be published.