Latest Odisha News

BREAKING NEWS

ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା, ବ୍ୟାଟିଂ କରିବ ଭାରତ

କଟକ: ବାରବାଟିରେ ଆଜି ଖେଳା ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି । ପ୍ରଥମେ ଟସ୍ ଜିତି ଭ୍ରମଣକାରୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇଛି । ପ୍ରଥମେ ଭାରତୀୟ ଦଳ ବ୍ୟାଟିଂ କରିବ । ଘରୋଇ ପିଚରେ ଭାରତକୁ ସମର୍ଥନ ପାଇଁ ବାରବାଟିରେ ବେଶ୍ ଭିଡ଼ ଜମିଛି ।

ଚୂଡ଼ାନ୍ତ ଏକାଦଶରେ ଭାରତୀୟ ଦଳରେ ଅଛନ୍ତି ଋତୁରାଜ ଗାଏକୱାଡ଼, ଇଶାନ କିଷାନ, ଶ୍ରେୟସ ଆୟର, ଋଷଭ ପନ୍ଥ (ଅଧିନାୟକ ଓ ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଅଭେଶ ଖାନ, ଭୁବନେଶ୍ୱର କୁମାର, ୟୁଜଭେନ୍ଦ୍ର ଚହଲ ।

ସେହିଭଳି ଦକ୍ଷିଣ ଆଫ୍ରିକା ଟିମରେ ରିଜା ହେଣ୍ଡ୍ରିକ୍ସ, ଟେମ୍ବା ବାଭୁମା (ଅଧିନାୟକ), ରସି ଭାନ ଡେର ଡୁସେନ, ଡେଭିଡ୍ ମିଲର, ହେଇନ୍ରିଚ୍ କ୍ଲାସେନ (ୱିକେଟ୍ କିପର), ଦ୍ୱାଇନ୍ ପ୍ରେଟୋରିଅସ୍, ୱାୟନେ ପରନେଲ୍, କାଗିସୋ ରାବଡା, କେଶଭ ମହାରାଜ, ଅନରିଚ୍ ନରଟେଜ୍ ଓ ତାବ୍ରିଜ୍ ଶମସି ଅଛନ୍ତି । ପ୍ରଥମ ଟି-ଟ୍ୱେଣ୍ଟିକୁ ଭ୍ରମଣକାରୀ ଦଳ ଜିତି ନେଇଥିବା ବେଳେ ଆଜିର ମ୍ୟାଚ୍ ଜିତି ସିରିଜରେ ବରାବର ସ୍ଥିତିକୁ ଆସିବାକୁ ନଜର ରଖିଛି ଭାରତୀୟ ଦଳ ।

Leave A Reply

Your email address will not be published.