Latest Odisha News

ଦୁଷ୍କର୍ମ ଅଭିଯୋଗରୁ ମୁକ୍ତ ହେଲେ ରୋନାଲ୍ଡୋ

ୱାଶିଂଟନ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କୁ ଆଜି ବୌ ଆଶ୍ୱସ୍ତି ମିଳିଛି । ୨୦୦୯ରେ ତାଙ୍କ ବିରୋଧରେ ମଡେଲ କ୍ୟାଥେରିନା ମାୟୋଗ୍ରା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଆମେରିକାର ଏକ କୋର୍ଟ ତାଙ୍କୁ ଏହି ଘଟଣାରେ ନିର୍ଦ୍ଦୋଷ ଘୋଷଣା କରିଛନ୍ତି । କ୍ୟାଥେରିନା ତାଙ୍କ ବିରୋଧରେ କେସ କରିବା ସହ ୩ ଲକ୍ଷ ୭୫ ହଜାର ଡଲାର କ୍ଷତିପୂରଣ ବାବଦକୁ ଦେବା ପାଇଁ ଦାବୀ କରିଥିଲେ । ରୋନାଲ୍ଡୋ ଆରମ୍ଭରୁ ଏହାକୁ ଖଣ୍ଡନ କରି ଆସୁଥିଲେ । ଆଜି କୋର୍ଟ ତାଙ୍କ ସପକ୍ଷରେ ମତ ଦେବାକୁ ରୋନାଲ୍ଡୋ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ଫୁଟବଲ ଖେଳାଳି ବିବାହିତ ଏବଂ ତାଙ୍କର ୪ଟି ସନ୍ତାନ ଅଛନ୍ତି ।

କିଛି ଦିନ ତଳେ ତାଙ୍କୁ ଜନ୍ମିତ ଯମଜ ସନ୍ତାନରୁ ଜଣଙ୍କର ମୃତ୍ୟୁ ଘଟିଥିଲା । ୪୨ ପୃଷ୍ଠାର ଅଭିଯୋଗର ସମସ୍ତ ଦିଗକୁ କୋର୍ଟ ଖଣ୍ଡନ କରିଥିଲେ । ମଡେଲ ଜଣଙ୍କ ଅଭିଯୋଗ କରିଥିଲେ ରୋନାଲ୍ଡୋ ଥରେ ଏକ ହୋଟେଲରେ ତାଙ୍କ ଉପରେ ଆକ୍ରମଣ କରିବା ସହ ବଳପୂର୍ବକ ରୁମକୁ ନେଇ ଦୁଷ୍କର୍ମ କରିଥିଲେ ।

Leave A Reply

Your email address will not be published.