Latest Odisha News

BREAKING NEWS

ଏଏଫସି ଏସିଆ କପ ଯୋଗ୍ୟତା ପର୍ଯ୍ୟାୟ: ହାର ସହ୍ୟ କରିପାରିଲାନି ଆଫଗାନିସ୍ତାନ ଟିମ, ଭାରତୀୟ ଖେଳାଳିଙ୍କ ସହ କଲେ ଗଣ୍ଡଗୋଳ

ନୂଆଦିଲ୍ଲୀ: ଏଏଫସି ଏସିଆ କପ ଯୋଗ୍ୟତା ପର୍ଯ୍ୟାୟ ୨୦୨୩ ମୁକାବିଲାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଏକ ସଂଘର୍ଷପୂର୍ଣ୍ଣ ମୁକବିଲାରେ ଭାରତ ୨-୧ ଗୋଲରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା । ଆଫଗାନ ଟିମ ଏହି ପରାଜୟକୁ ହଜମ କରିପାରି ନ ଥିଲେ । ସେମାନେ ପ୍ରଥମେ ଭାରତର ୨ ଖେଳାଳିଙ୍କୁ ଧକା ମାରିଥିଲେ । ଟିମ ଇଣ୍ଡିଆ ଗୋଲକିପର ଗୁରପ୍ରୀତ ସିଂ ସେମାନଙ୍କୁ ବୁଝା ଶୁଝା କରିବା ପାଇଁ ଚେଷ୍ଟା କରିଥିଲେ ଆଫଗାନିସ୍ତାନ ଖେଳାଳିମାନେ ତାଙ୍କୁ ମଧ୍ୟ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ ।

ଶେଷରେ ସାଥୀ ଖେଳାଳିଙ୍କୁ ବଂଚାଇବା ପାଇଁ ଭାରତୀୟ ଟିମ ପଡିଆକୁ ଯାଇଥିଲେ । ତେବେ ଏହାର କାରଣ ଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ଭାରତ ପକ୍ଷରୁ ସୁନୀଲ ଛେତ୍ରୀ ଓ ଅବଦୁଲ ସମଦ ଗୋଲ ସ୍କୋର କରିଥିବା ବେଳେ ଆଫଗାନିସ୍ତାନ ଟିମ ତରଫରୁ ଜୁବୈର ଅମୀର ଗୋଟିଏ ଗୋଲ ସ୍କୋର କରିଥିଲେ । ପୂର୍ବରୁ ଭାରତ କମ୍ବୋଡିଆକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା ।

Leave A Reply

Your email address will not be published.