ହ୍ୟାକରଙ୍କ ଟାର୍ଗେଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର । ଆମେରିକାର ବହୁ ହାଇପ୍ରୋଫାଇଲ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଛି । ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଜୋ ବିଡେନ୍, ଟେସଲା ସିଇଓ ଏଲନ ମସ୍କ, ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସ, ଆମାଜନ ସିଇଓ ଜେଫ୍ ବୋଜେସଙ୍କ ସମେତ ଆପଲର ବହୁ ଆକାଉଣ୍ଟ ସାମିଲ ଅଛି ।
ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରିବା ପରେ ସେଥିରେ ସେମେଜ ପୋଷ୍ଟ କରିଛନ୍ତି ହ୍ୟାକର । ଯେଉଁଥିରୁ ଜଣାପଡିଛି କ୍ରିପ୍ଟୋ କରେନ୍ସୀ ସ୍କାମ ଉଦ୍ଦେଶ୍ୟରେ ହ୍ୟାକର ଏମିତି କରିଛନ୍ତି । କିଛି ସମୟ ପରେ ମେସେଜ ଡିଲିଟ ବି ହୋଇଥିଲା ।
ଆପଲ ଆକାଉଣ୍ଟରେ ଲେଖାଯାଇଥିଲା, ଆମେ ଆମ ଲୋକଙ୍କୁ କିଛି ଦେବାକୁ ଚାହୁଛୁ । ଆଶା କରୁଛୁ ଆପଣ ବି ସପୋର୍ଟ କରିବେ । ଆପଣ ଯେତିକି ବିଟ୍ କଏନ୍ ପଠାଇବେ ତାକୁ ଡବଲ୍ କରି ପଠାଯିବ । ଏହା କେବଳ ୩୦ ମିନିଟ ପାଇଁ ଉପଲବ୍ଧ । ଏଲକ ମସ୍କଙ୍କ ପ୍ରୋଫାଇଲରେ ଲେଖାଥିଲା କୋଭିଡ-୧୯ ଯୋଗୁ ଲୋକଙ୍କୁ ବିଟ କଏନ ଡବଲ କରି ଦେଉଛୁ । ଏଠାରେ ସବୁ ସୁରକ୍ଷିତ ।
ଆପଲ୍, ଉବେର ସମେତ ବହୁ କମ୍ପାନୀର ଟ୍ୱିଟର ଆକାଉଣ୍ଟରେ ହ୍ୟାକର ପୋଷ୍ଟ କରିଥିଲେ ବିଟ୍ କଏନ ସ୍କାମ ସମ୍ପର୍କିତ ମେସେଜ୍ । ଏସବୁ ଘଟଣା ପରେ ଟ୍ୱିଟର ସୁରକ୍ଷା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ପଷ୍ଟୀକରଣରେ ଟ୍ୱିଟର କହିଛି, ତଦନ୍ତ ଚାଲିଛି ।
Comments are closed.