Latest Odisha News

BREAKING NEWS

ଅନ୍ଧବିଶ୍ୱାସରେ ଆଜିବି ବନ୍ଧା ମଣିଷ: ଗୁଣି ସନ୍ଦେହରେ ନିର୍ମମ ହତ୍ୟାକାଣ୍ଡ

ଯାଜପୁର: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଆଜିବି ବଞ୍ଚିଛନ୍ତି ଅନେକ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଓଲ୍ଲଳ ଠାରେ। ଗୁଣିଗାରେଡି ସନ୍ଦେହରେ ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କୁ ଅତି ନିର୍ମମ ଭାବେ ହତ୍ୟା ଅଭିଯୋଗ। ବୃଦ୍ଧାଙ୍କ କଟା ମୁଣ୍ଡ ଓ ମାରଣାସ୍ତ୍ର ସହିତ ଅଭିଯୁକ୍ତ ଥାନାରେ ଅଟକ। ମୃତ ବୃଦ୍ଧା ହେଉଛନ୍ତି ନନ୍ଦିନୀ ପୂର୍ତ୍ତି।

ମିଳିଥିବା ସୂଚନା ମୁତାବକ କିଛିଦିନ ତଳେ ଅଭିଯୁକ୍ତଙ୍କ ଦାଦା ପୁଅ ଭାଇକୁ ଜ୍ୱର ହୋଇଥିଲା। ମୃତ ବୃଦ୍ଧା ଜଣକ ଝଡାଫୁଙ୍କା କରୁଥିବାରୁ ଅଭିଯୁକ୍ତ ତାର ଭାଇକୁ ସମ୍ପୃକ୍ତ ବୃଦ୍ଧାଙ୍କ ପାଖକୁ ଝାଡିବା ପାଇଁ ନେଇଥିଲେ। ବୃଦ୍ଧା ତାଙ୍କୁ ଝାଡିବା ସହ ଆଉ ଦେହ ଖରାପ ହେବନାହିଁ ବୋଲି କହିଥିଲେ। କିନ୍ତୁ ଧୀରେ ଧୀରେ ତାଙ୍କ ଦେହ ଅଧିକ ଖରାପ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନା ନେବା ବାଟରେ ତାର ମୃତ୍ୟୁ ଘଟିଥିଲା। ଫଳରେ ବୃଦ୍ଧା ଗୁଣି କରି ତାଙ୍କ ଭାଇକୁ ମାରିଥିବା କହିଥିଲେ ଅଭିଯୁକ୍ତ । ଏଥିରେ ଉତ୍ୟକ୍ତ ହୋଇ ଅଭିଯୁକ୍ତ ଜଣଙ୍କ ଏକ ଟାଙ୍ଗିଆ ସାହାଯ୍ୟରେ ହାଣି ବୃଦ୍ଧାଙ୍କ ମୁଣ୍ଡଗଣ୍ଡି ଅଲଗା କରିଦେଇଥିଲା। ଏହାପରେ କଟା ମୁଣ୍ଡ ଓ ମାରଣାସ୍ତ୍ର ଧରି ଅଭିଯୁକ୍ତ ରାସ୍ତାରେ ଚାଲିଚାଲି ଯାଉଥିବା ସମୟରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଅଭିଯୁକ୍ତ ନିକଟରେ ପହଞ୍ଚି କଟାମୁଣ୍ଡ, ଟାଙ୍ଗିଆ ଜବତ କରିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଅଧିକ ଅନୁସନ୍ଧାନ ଜାରି ରଖିଛି। ଘଟଣାଟି ସମ୍ପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

Leave A Reply

Your email address will not be published.