Latest Odisha News

BREAKING NEWS

କଂସ ବଧ ସହ ବରଗଡ଼ ଧନୁଯାତ୍ରାରେ ପଡିଲା ଯବନିକା

ବରଗଡ଼: ଯେଉଁ ମଥୁରା ନଗରୀ ନୃଶଂସ କଂସର ଅଟ୍ଟହାସ୍ୟରେ ଫାଟି ପଡୁଥିଲା ସେଠି ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜୟ ଜୟକାର ଧ୍ୱନୀରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି । ଦୀର୍ଘ ୧୧ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶେଷ ଦିନରେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ମଞ୍ଚରେ ପାପାଚାରୀ କଂସକୁ ବଧ କରିଥିଲେ।

ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହେଉଥିବା ଧନୁଯାତ୍ରା ଆଜି ଶେଷ ହୋଇଛି । ଅନ୍ତିମ ଦିବସରେ ଏହି ଧନୁଯାତ୍ରା ଦେଖିବାକୁ ସମଗ୍ର ବରଗଡ଼ ସହର ଭରପୁର ହୋଇଯାଇଥିଲା ।

ପାପାଚାରୀ କଂସର ଯବନିକା ପତ୍ତନ ଦେଖିବାକୁ ଦର୍ଶକଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା । ଅତ୍ୟାଚାରୀ କଂସର ମୃତ୍ୟୁରେ ତ୍ରାହି ତ୍ରାହି ଡ଼ାକୁଥିବା ମଥୁରାବାସୀ ଆଜି ପରାଧୀନତାରୁ ମୁକ୍ତ ହୋଇଛନ୍ତି । ଭଗବାନ ଶ୍ରୀକୃଷ୍ଣ ତ୍ରାଣକର୍ତ୍ତା ସାଜି ଗର୍ବ, ଅହଂକାର ଏବଂ ପାପାଚାରକୁ ଧ୍ୱଂସ କରି ମଥୁରାନଗରୀରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି ।

Comments are closed.