Latest Odisha News

BREAKING NEWS

ସୁନା ବେପାର ଲାଇସେନ୍ସ କରାଇ ଦେବା ନାଁରେ ୧୩ ଲକ୍ଷ ଠକେଇ

ବରଗଡ଼: ସୁନା ବେପାର ଲାଗି ଲାଇସେନ୍ସ କରାଇ ଦେବା ଆଳରେ ଠକେଇ । ଗିରଫ ହେଲେ ୨ ଜଣ । ବରଗଡ଼ ଟାଉନ୍ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାମଲାରେ ପୋଲିସ ବାଲେଶ୍ୱରର ମନୋଜ ବେରା ଓ ପରମାନନ୍ଦ ବିନ୍ଧାଣୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଏକ କାର ସହ ୩ଟି ମୋବାଇଲ୍ ଫୋନ୍, ୪ଟି ବନ୍ଦ ଥିବା ପ୍ୟାକେଟ୍, ୨ଟି ଏଟିଏମ୍ ଆଦି ଜବତ କରାଯାଇଛି ।

ଠକେଇ ନେଇ ଡିସେମ୍ବର ୨୧ ତାରିଖରେ ବରଗଡ଼ର ପ୍ରତିମାରାଣୀ ପ୍ରଧାନ ଅଭିଯୋଗ କରିଥିଲେ । ଏତଲା ଅନୁସାରେ, ବଡ଼ ବିଜନେସ ସାଇଟରୁ ନମ୍ବର ପାଇ ମନୋଜ ବେରାଙ୍କୁ ସମ୍ପର୍କ କରିଥିଲେ ପ୍ରତିମା । ମନୋଜ ନିଜକୁ ସୁନା ଡିଲର ପରିଚୟ ଦେବା ସହ ପରମାନନ୍ଦ ବିନ୍ଧାଣୀ ମଧ୍ୟ ସୁନା ବ୍ୟବସାୟ କରୁଥିବା କହିଥିଲା ।

ପରେ ମନୋଜ ଓ ପରମାନନ୍ଦ ମିଶି ସୁନା ବେପାର ଲାଗି ଲାଇସେନ୍ସ ବାବଦରେ ୨୨ ହଜାର ଟଙ୍କା ଏବଂ ସୁନା ଦେବା ଉଦ୍ଦେଶ୍ୟରେ ୧୩ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ । କିନ୍ତୁ କଥା ଅନୁସାରେ, ସୁନା କିମ୍ବା ଲାଇସେନ୍ସ ପ୍ରଦାନ କରି ନଥିଲେ । ଏନେଇ ପ୍ରତିମା ପୋଲିସରେ ଏତଲା ଦେଇଥିଲେ । ପୋଲିସ ତଦନ୍ତ କରି ୨ ଜଣଙ୍କୁ ଗିରଫ କରିବା ସହ ଆଉ କାହାର ସମ୍ପୃକ୍ତି ରହିଛି ତାର ତଦନ୍ତ କରୁଛି ।

Leave A Reply

Your email address will not be published.