Latest Odisha News

ଦାଢିରେ ହସିଲା ଖ୍ରୀଷ୍ଟମାସ ଘଣ୍ଟି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆସୁଛି ଖ୍ରୀଷ୍ଟମାସ । ସଜେଇ ହେଉଛି ପାର୍କଠୁ ଚର୍ଚ୍ଚ । ଆଲୋକମାଳା ଆଉ ଖ୍ରୀ ଖ୍ରୀଷ୍ଟମାସ ଘଣ୍ଟି କହୁଛି ଖ୍ରୀଷ୍ଟମାସ ଆସୁଛି । ହେଲେ ସୋସିଆଲ ମିଡିଆରେ ଦାଢିରେ ହସୁଛି ଖ୍ରୀଷ୍ଟମାସ । ଆପଣ ବି ଦେଖି ନିଅନ୍ତୁ ଏ ନିଆାରା ଦୃଶ୍ୟକୁ ।

BjdElectrycity

ଖ୍ରୀଷ୍ଟମାସ ପୂର୍ବରୁ ଜଣେ ବ୍ୟକ୍ତି ନିଜ ଦାଢିକୁ ସଜେଇଛନ୍ତି । ଏଥିରେ ବାନ୍ଧିଛନ୍ତି ୭୧୦ ଖ୍ରୀଷ୍ଟମାସ ଘଣ୍ଟି । ଆଉ ଏହାର ଫଟୋ ଇନଷ୍ଟାରେ ସେୟାର କରିଛନ୍ତି । ଭିଡିଓକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଦାଢିରେ କେମିତି ରହିବ ଏତେ ଘଣ୍ଟି ? ହେଲେ ଏହି ବ୍ୟକ୍ତିଜଣକ ଖୁବ ସୁନ୍ଦର ଭାବେ ନିଜ ଦାଢିରେ ଏହାକୁ ସଜେଇଛନ୍ତି  ।

ରଙ୍ଗ ବେରଙ୍ଗର ଘଣ୍ଟିକୁ ଖୁବ ସତର୍କତାର ସହ ନିଜ ଦାଢିରେ ଝୁଲେଇଛନ୍ତି । ଖୁବ ସୁନ୍ଦର ବି ଦିଶୁଛି  ।  ଜନ ଷ୍ଟ୍ରେସର ନାମକ ଏହି ବ୍ୟକ୍ତିଜଣକ ନିଜ ନାଁରେ ଏକ ନିଆରା ରେକର୍ଡ କରିଛନ୍ତି । ଗିନିଜ ୱାର୍ଲଡ ରେକର୍ଡରେ ଏହି ବ୍ୟକ୍ତିଙ୍କ ନାଁ ସାମିଲ ହୋଇଛି । ବ୍ୟକ୍ତିଜଣକ ଛୁଟିରେ ଥିବାବେଳେ ଏହି କାମ  କରିଛନ୍ତି ।

ବ୍ୟକ୍ତିଜଣକ କିପରି ନିଜ ଦାଢିରେ ଘଣ୍ଟି ସଜାଉଛନ୍ତି ତାହା ମଧ୍ୟ ଦେଖାଇଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏମିତି ନିଆାରା କାମ କରି ବେଶ ଖୁସି ଅଛନ୍ତି ଜନ ।

 

Leave A Reply

Your email address will not be published.