Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଯୋଗାଣ ବିଭାଗ ଜୁନିୟର ଆକାଉଣ୍ଟାଣ୍ଟ

ବରଗଡ଼: ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଯୋଗାଣ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ କମ୍ବୁପାଣି ମିଶ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ପକ୍ଷରୁ ତାଙ୍କ ବରଗଡ ସ୍ଥିତ ସରକାରୀ କାର୍ଯ୍ୟାଳୟ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ।

କୁମ୍ଭପାଣିଙ୍କ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ହଳଦୀ ଗାଁ ସ୍ଥିତ ପୈତୃକ ବାସଭବନ, ବଲାଙ୍ଗିର ଜିଲ୍ଲା ଠିକାଦାରପଡା ସ୍ଥିତ ବାସଭବନ, ବରଗଡ ଖଜୁରଟିକା ସ୍ଥିତ ଭଡା ଘରେ ଏକକାଳୀନ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ ଜାରି ରହିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ତାଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଏକାଧିକ ବ୍ୟାଙ୍କ୍ ଆକାଉଣ୍ଟ ମଧ୍ୟ ଜବତ କରିଛି ଭିଜିଲାନ୍ସ ଟିମ୍ ।

Comments are closed.