Latest Odisha News

ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର: ବଡମ୍ବା ବିଜେଡି ବିଧୟକ ଦେବୀ ପ୍ରସାଦ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ନମୁନା ପରୀକ୍ଷା ପରେ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ମୁଁ ବର୍ତ୍ତମାନ ସୁସ୍ଥ ଅଛି । ଡ୍ରାଇଭର ଆକ୍ରାନ୍ତ ହେବା ପରେ ମୁଁ ଏବେ ଆଇସୋଲେସନରେ ଅଛି । ମୋର ଏବେ କୌଣସି ସଂକ୍ରମଣର ବାହ୍ୟ ଲକ୍ଷଣ ନାହିଁ । ତାପମାତ୍ରା ଓ ଅକ୍ସିଜେନ୍ ଲେବେଲ ଠିକ୍ ଅଛି । ଡାଇବେଟିସ ପୀଡିତ ଥିବାରୁ ଡାକ୍ତରଙ୍କ ପରାମର୍ଶ ନେଉଛି ବୋଲି ସେ କହିଛନ୍ତି । ଏଥିସହ ତାଙ୍କ ଅନ୍ୟ କର୍ମଚାରୀ ଏବଂ ପରିବାରର ସଦସ୍ୟମାନେ ନେଗେଟିଭ ଥିବା ବିଧାୟକ ନିଜ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.