ବରଗଡ଼: ଡ଼ିସେମ୍ବର ମାସ ୨୪ତାରିଖରୁ ଆରମ୍ଭ ହେବ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଦୀର୍ଘ ୧୧ଦିନ ଧରି ଏହି ମହୋତ୍ସବ ଚାଲିବ । ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ । ଏଥିପାଇଁ ୧୫ ତାରିଖରୁ ବିଭିନ୍ନ ଚରିତ୍ର ପାଇଁ କଳାକାର ଚୟନ କରାଯିବ ।
ଦୀର୍ଘ ୩ଦିନ ଧରି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ ଚୟନ ଅନୁଷ୍ଠିତ ହେବ । ଆବେଦନକର୍ତ୍ତା ନିଜ ଭୂମିକା ପାଇଁ ଉଦ୍ଦିଷ୍ଟ ତାରିଖରେ ପୂର୍ବାହ୍ନ ୯ଟା ୩୦ ମିନିଟ୍ ସୁଦ୍ଧା ବିଜୁ ପଟ୍ଟନାୟକ ଟାଉନ ହଲରେ ପହଞ୍ଚିବା ପାଇଁ ଫୋନ୍ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ ସୂଚନା ଦେଇଛନ୍ତି ।
୧୫ ତାରିଖ ଦେବକୀ, ନାରଦ, ଚାଣୁର, ମୁଷ୍ଟିକ, ସାର୍ତ୍ତକି, ବସୁଦେବ, ଅକ୍ରୁର ଏବଂ ଉଗ୍ରସେନ, ୧୬ ତାରିଖ ମହାମନ୍ତ୍ରୀ ଓ ସେନାପତି ଏବଂ ୧୭ ତାରିଖ ଦିନ କଂସ ମହାରାଜ ସକାଶେ ସାକ୍ଷାତକାର ଅନୁଷ୍ଠିତ ହେବ । କଂସ ମହାରାଜ ଚରିତ୍ରରେ ୪୪, ମହାମନ୍ତ୍ରୀରେ ୩୩, ସେନାପତିରେ ୭୪, ଦେବକୀରେ ୧୪, ନାରଦରେ ୨୦, ଚାଣୁରରେ ୧୭, ସାର୍ତ୍ତକିରେ ୧୦, ମୁଷ୍ଟିକରେ ୧୮, ବସୁଦେବରେ ୩୦, ଅକ୍ରୁରରେ ୨୦, ଉଗ୍ରସେନରେ ୧୧ ତଥା ସମୁଦାୟ ୨୯୧ କଳାକାର ଚୟନରେ ଅଂଶଗ୍ରହଣ କରିବେ ।
Comments are closed.