Latest Odisha News

ଜାନୁୟାରୀ ୩ରୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ

ବରଗଡ଼: ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା-୨୦୨୫ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ଜାନୁଆରି ୩ ତାରିଖରୁ ଧନୁଯାତ୍ରା ଆରମ୍ଭ ହେବ। ମହାରାଜ କଂସଙ୍କ ସଂଳାପରେ ପ୍ରକମ୍ପିତ ହେବ ଗଗନ ପବନ।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧନୁଯାତ୍ରାର ପ୍ରଥମ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଧନୁ ଯାତ୍ରା ଆୟୋଜକ କମିଟି ସଦସ୍ୟମାନଙ୍କ ସହ ବୈଠକ କରିଥିଲେ। ଏହି ସମୟରେ ଯାତ୍ରାର ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ।

ଆସନ୍ତା ବର୍ଷ ଜାନୁୟାରୀ ୩ରେ ଧନୁ ଯାତ୍ରା ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଯାତ୍ରା ୧୧ଦିନ ପର୍ଯ୍ୟନ୍ତ ଚାଲିବ।
ଏହି ବୈଠକରେ ଗତ ବର୍ଷର ଯାତ୍ରାର ଆୟ ଏବଂ ବ୍ୟୟ ଏବଂ ଆସନ୍ତା ବର୍ଷ ପାଇଁ ବଜେଟ୍ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଧନୁ ଯାତ୍ରାରେ ସହରକୁ ଆସୁଥିବା ପର୍ଯ୍ୟଟକଙ୍କ ଅଧିକ ଉନ୍ନତଧରଣର ବ୍ୟବସ୍ଥା କରିବା ପାଇଁ କମିଟି ସଦସ୍ୟମାନେ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.