Latest Odisha News

BREAKING NEWS

ଖୋଳାଯିବ ମଙ୍ଗଳ ଗ୍ରହ, ପର୍ସେଭେରାନ୍ସ ରୋଭରକୁ ପଠାଇଲା ନାସା

ଫ୍ଲୋରିଡା (ଆମେରିକା): ନୂଆ ଇତିହାସ ରଚିବ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା । ମଙ୍ଗଳ ଗ୍ରହକୁ ପଠାଇଲା ପର୍ସେଭେରାନ୍ସ ରୋର୍ଭ‌ । ଫ୍ଲୋରିଡାର କେପ୍ କାନାଭେରାଲ୍ ଏୟାର ଫୋର୍ସ ଷ୍ଟେସନରୁ ଆଟଲାସ୍-୫ ରକେଟ୍ ଏହାକୁ ସାଙ୍ଗରେ ନେଇ ଯାଇଛି ।

ମଙ୍ଗଳରେ ପହଞ୍ଚିବାକୁ ଲାଗିବ ୭ ମାସ । ୨୦୨୧ ଫେବ୍ରୁଆରୀ ୧୮ ତାରିଖରେ ଲୋହିତ ଗ୍ରହରେ ଅବତରଣ କରିବ ପର୍ସେଭେରାନ୍ସ ରୋଭର୍ ।ଜେଜେରୋ କ୍ରେଟରରେ ଲ୍ୟାଣ୍ଡ କରିବ ପର୍ସେଭେରାନ୍ସ ରୋଭର୍ । କ୍ରେଟର ଏକ ଖୋଲା ସ୍ଥାନ, ଯେଉଁଠାରେ ପୂର୍ବରୁ ପାଣି ଥିଲା । ତା ନିକଟରେ ନଦୀ ଥିବା ସନ୍ଧାନ ରହିଛି ।ଅବତରଣ କରିବା ସ୍ଥାନ

ମଙ୍ଗଳରେ ଜୀବ ସତ୍ତା କେବେ ଥିଲା କି ନାହିଁ ସନ୍ଧାନ କରିବ ନାସାର ପର୍ସେଭେରାନ୍ସ ରୋଭର୍ । ନାସା ବୈଜ୍ଞାନିକ ଦାବି କରୁଛନ୍ତି, ମଙ୍ଗଳ ଗ୍ରହରେ ଜୀବ ସତ୍ତା ରହିଛି । ଖୋଳିଲେ ଜଣା ପଡ଼ିବ ପାଣି ଅଛି କି ନାହିଁ । ପୃଥିବୀ ସହ ମଙ୍ଗଳ ଗ୍ରହର ସାମଞ୍ଜସ୍ୟ ରହିଛି । ସେଠାରେ ଲାଭା ଉଦଗୀରଣ ଓ ନଦୀ ସ୍ରୋତ ବି ରହିଛି ।

ପୂର୍ବରୁ ନାସା ମଙ୍ଗଳକୁ ପଠାଇଥିଲା କ୍ୟୁରେସିଟି । ସେ କେବଳ ଫଟୋ ପଠାଇଥିଲା । ଏବେ ଯାଇଛି ପର୍ସେଭେରାନ୍ସ ରୋଭର୍ ।
କରୋନା ମହାମାରୀ ଭିତରେ ନାସାର ମଙ୍ଗଳ ମିଶନ । ଅଗଷ୍ଟ ୧୫ ତାରିଖ ପରେ ଏହି ମିଶନ ଆରମ୍ଭ କରିଥିଲେ ବହୁ ବିଳମ୍ବ ହୋଇ ଯାଇ ଥାଆନ୍ତା । ସେଥିପାଇଁ କରୋନା ସଙ୍କଟ ଭିତରେ ବି ଲୋହିତ ଗ୍ରହକୁ ପଠାଇଛି ପର୍ସେଭେରାନ୍ସ ରୋଭର୍ ।

Leave A Reply

Your email address will not be published.