Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଫସିଲେ ବରଗଡ ଅବକାରୀ ଅଧିକ୍ଷକ

ବରଗଡ: ବରଗଡ ଅବକାରୀ ଅଧିକ୍ଷକ ମକରଧ୍ୱଜ ବାରଗିଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି।

ସୂଚନାନୁସାରେ, ଦୁର୍ନୀତି ନିବାରଣ ୱିଙ୍ଗର ଏକ ଦଳ ବରଗଡରେ ଥିବା ତାଙ୍କ ବାସଭବନରେ ଚଢାଉ କରିଥିଲେ । ଉକ୍ତ ଅଧିକାରୀଙ୍କ ବଲାଙ୍ଗିର, ବରଗଡ, ସୋନପୁର, ସମ୍ବଲପୁର ଏବଂ ବୁର୍ଲାସ୍ଥିତ ଘରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ ଜାରି ରହିଛି ।

ଅଧୀକ୍ଷକଙ୍କ ମାଲିକାନାରେ ଥିବା ସମ୍ପତ୍ତିର ମୋଟ ମୂଲ୍ୟ ଏଯାବତ୍ ଆକଳନ କରାଯାଇ ପାରିନଥିବା ବେଳେ ଚଢାଉ ଶେଷ ହେବା ପରେ ସବୁ ଜଣାପଡିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ତେବେ ଏହି ରିପୋର୍ଟ ଲେଖାଯିବା ବେଳକୁ ମଧ୍ୟ ଚଢାଉ କାର୍ଯ୍ୟ ଜାରି ରହିଛି ।

Comments are closed.