ବରଗଡ଼: ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍ ସିରପ୍ ଜବତ କରିଛି ବରଗଡ଼ ଟାଉନ ଥାନା ପୋଲିସ। ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।
ଅଭିଯୁକ୍ତ ହେଲେ ବରଗଡ଼ ସହର ବିଶିପଡ଼ାର ସୁରଜଲ ନାଗ(୨୦) ଏବଂ ଖଲିଆପାଲି କେନାଲପଡ଼ାର ସିକ୍ରେଟି ଚୌଧୁରୀ (୨୯)।
ସେମାନଙ୍କ ପାଖରୁ ୨୭୦୦ ବୋତଲ କଫ୍ ସିରପ୍ ଜବତ ହୋଇଛି । ଏଥିସହିତ ୨ଟି ସ୍କୁଟି, ଗୋଟିଏ ମୋବାଇଲ ଜବତ ହୋଇଛି। ତେବେ କଫ୍ ସିରପ ଚାଲାଣରେ ବ୍ୟବହୃତ ପିକ୍ଅପ୍ ଭ୍ୟାନ୍ ସହିତ ଅନ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ରହିଛି ।