Latest Odisha News

BREAKING NEWS

ଯାତ୍ରୀବାହୀ ବସ-ସାଇକେଲ ମୁହାଁମୁହିଁ ଧକ୍କା; ମା’ ଓ ପୁଅ ଗୁରୁତର ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ରାଜପଥରେ ଏକ ମର୍ମନ୍ତୁଦ ସଡ଼ଖ ଦୁର୍ଘଟଣା ଘଟି ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ବାରିପଦାରୁ ବେତନଟି ଯାଉଥିବା ଲକି ନାମକ ଏକ ଘରୋଇ ଯାତ୍ରୀ ବାହି ବସ ବେତନଟି ଥାନା ଅଧୀନ କୃଷ୍ଣଚନ୍ଦ୍ରପୁର କଲେଜ ଛକ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସମ୍ମୁଖ ଭାଗରୁ ସାଇକଲରେ ଆସୁଥିବା ନୟାକେନ୍ଦୁଖାଲ ଗ୍ରାମର ସାଉଁରି ବଦଳୀ ତାଙ୍କ ପୁଅ ଭୋଳାନାଥଙ୍କୁ ବସ ଧକ୍କା ଦେଇଥିଲା । ଉଭୟେ ଗୁରୁତର ଆହତ ହୋଇଛନ୍ତି ।

ସେହିପରି ବସ ମଧ୍ୟ ରାସ୍ତା ତଳକୁ ଯାଇ ଏକ ଗଛରେ ବାଡେଇ ହୋଇ ଡେରି ହୋଇ ଯାଇଥିଲା । ଉଭୟ ଗୁରୁତର ମା ଓ ପୁଅଙ୍କୁ ପିଆରଏମ ମେଡିକାଲ କଲେଜରେ ଭତ୍ତି କରାଯାଇଛି । ବସରେ ଥିବା ଯାତ୍ରୀମାନେ ମଧ୍ୟ ଆହତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.