Latest Odisha News

BREAKING NEWS

ସୋଆର ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ‘ଟେନେସ୍ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ’ର ପ୍ରଫେସର ଡଃ ମୋହନ ଡି ରାଓ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ସୋ÷ଜନ୍ୟମୂଳକ ସାକ୍ଷାତ କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର କୁକ୍ଭିଲେ ସ୍ଥିତ ଟେନେସ୍ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ତଥା ଡିପାର୍ଟମେଂଟ ଚେୟାର୍ ପ୍ରଫେସର ଡଃ ମୋହନ୍ ଡି. ରାଓ ।

ସୋଆ ଉପଦେଷ୍ଟା ମଣ୍ଡଳୀର ସମ୍ମାନୀୟ ସଦସ୍ୟ ରହିଥିବା ପ୍ରଫେସର ରାଓ ପ୍ରଫେସର ନାୟକଙ୍କ ସହ ଆବେଟ ଆକ୍ରେଡିଟେସନ୍ ପ୍ରକ୍ରିୟା ଏବଂ ଆଉଟ୍କମ୍ ବେସ୍ଡ ଏଜୁକେସନ୍ ସିଷ୍ଟମ୍ ସମ୍ପର୍କରେ ଆଲୋଚନା କରିଥିଲେ । ସାକ୍ଷାତ ଆଲୋଚନା ସମୟରେ ସୋଆର ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଂଟର ଡିନ୍ ପ୍ରଫେସର ପି.କେ. ନନ୍ଦ ମଧ୍ୟ ଉପସ୍ଥିତ ଥିଲେ ।

ମିଚିଗାନ୍ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟିର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ରହିଥିବା ଡଃ ରାଓ ସୋଆର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପିଏଚ୍ଡି ଛାତ୍ର ଶ୍ରୀ ଶଶାଙ୍କ ଚୋ÷ଧୁରୀଙ୍କର ମଧ୍ୟ କୋ ସୁପରଭାଇଜର୍ ରହିଛନ୍ତି । ପିଏଚ୍ଡି ଡିଫେନ୍ସରେ ଯୋଗ ଦେବା ପାଇଁ ସୋଆ ଆସିଥିବା ବେଳେ ଆସନ୍ତା ୩୦ ତାରିଖ ଦିନ ପ୍ରଫେସର ରାଓ ଆଉଟ୍ କମ୍ ଏଜୁକେସନ୍ ସମ୍ପର୍କରେ ସୋଆର ଫ୍ୟାକଲ୍ଟି ମେମ୍ବର ମାନଙ୍କୁ ଭାଷଣ ପ୍ରଦାନ କରିବେ ।

Leave A Reply

Your email address will not be published.