Latest Odisha News

BREAKING NEWS

ବିଦାୟ ୨୦୧୯: ଚର୍ଚ୍ଚିତ ଫିଲ୍ମ ଭାବେ ସମସ୍ତଙ୍କୁ ପଛରେ ପକାଇଲା ‘ୱାର୍’ ଓ ‘କବୀର ସିଂ’ !

ମୁମ୍ବାଇ: ୨୦୧୯ରେ ବଲିଉଡର କେତେକ ଫିଲ୍ମ ବେଶ୍ ଚର୍ଚ୍ଚିତ ରହିଥିଲା । ଏଥର ବିଭିନ୍ନ ଧରଣର ଫିଲ୍ମ ଦର୍ଶକମାନେ ଦେଖିବାକୁ ପାଇଲେ । ଚିରାଚରିତ ବ୍ୟବସାୟିକ ଫିଲ୍ମରୁ ଦର୍ଶକଙ୍କ ରୁଚି ବଦଳିବାରେ ଲାଗିଛି । ଯାହା କି ଏକ ଶୁଭ ସଙ୍କେତ । ଆସନ୍ତୁ ଏହି ଫିଲ୍ମଗୁଡିକ ବିଷୟରେ ଆଲୋଚନା କରିବା । ତାଲିକାର ଶୀର୍ଷରେ ରହିଛି ୱାର ଫିଲ୍ମ । ଋତିକ ରୋଶନ ଓ ଟାଇଗର ଶରଫ କମ୍ବିନେଶନକୁ ଦର୍ଶକ ପରଦାରେ ଦେଖିବା ପାଇଁ ବ୍ୟଗ୍ରତା ସହକାରେ ଥିଲେ । ସଶକ୍ତ ଷ୍ଟୋରୀ ଲାଇନ ନ ଥିଲେ ଏହା ୩୧୮ କୋଟିରୁ ଊଦ୍ଧ୍ୱର୍ ଟଙ୍କା ବ୍ୟବସାୟ କରିଥିଲା ।

ସିଦ୍ଧାର୍ଥ ଆନନ୍ଦଙ୍କ ନିଦେ୍ର୍ଧଶନା ସଶକ୍ତ ଥିଲା । ଏହା ପଛକୁ ଶାହିଦ କପୁର ଓ କିଆରା ଆଡଭାନୀଙ୍କ ବ୍ଲକ ବଷ୍ଟର କବୀର ସିଂ ଫିଲ୍ମ ରହିଛି । ଅଭିନୟ, ଷ୍ଟୋରୀ ଓ ନିଦେ୍ର୍ଧଶନା ଦୃଷ୍ଟିକୋଣରୁ ଫିଲ୍ମ ଉଚ୍ଚକୋଟୀର ଥିଲା । ତେଲୁଗୁ ସୁପରହିଟ ଅର୍ଜୁନ ରେଡ୍ଡୀର ଏହା ରିମେକ୍ ଥିଲା । ସନ୍ଦୀପ ଭଙ୍ଗା ନିଦେ୍ର୍ଧଶନା ଭାବେ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ଉରି ଦି ସର୍ଜିକାଲ ଷ୍ଟ୍ରାଇକ ବକ୍ସ ଅଫିସରେ ଧମାଲ ମଚାଇବ ତାହା କେହି ଭାବି ନ ଥିଲେ । ଅପରିଚିତ ନାୟକ ଭିକି କୌଶଲ ଏବଂ ୟାମି ଗୌତମଙ୍କ ଅଭିନୀତ ଏହି ଫିଲ୍ମ ୨୪୪କୋଟିରୁ ଊଦ୍ଧ୍ୱର୍ ଅର୍ଥ କମାଇଥିଲା । ଭାରତୀୟ ସେନାର ପାକିସ୍ତ୍ାନ ଉରି ଆଟାକ୍ ଏହା ଜୀବନ୍ତ ରୂପ ଥିଲା କହିଲେ ଭୁଲ ହେବ ନାହିଁ ।
ଅକ୍ଷୟ କୁମାର ଓ ବିଦ୍ୟା ବାଲାନଙ୍କ ମିଶନ ମଙ୍ଗଲ ମଧ୍ୟ ୨୦୦ କୋଟିରୁ ଊଦ୍ଧ୍ୱର୍ ଆୟ କରିଥିଲା । ଏଥିରେ ଶର୍ମନ ଯୋଶ. ସୋନାକ୍ଷୀ ସିହ୍ନା, ତାପସୀ ପାନୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇଥିଲେ । ମଙ୍ଗଳଗ୍ରହକୁ ଭାରତ ପଠାଇଥିବା ସାଟେଲାଇଟ ଉପରେ ଏହା ଆଧାରିତ । ୨୦୧୯ରେ ଯୁବ ପିଢ଼ୀଙ୍କ ନିକଟରେ ବେଶ୍ ଆଦୃତ ହୋଇଥିଲା ଗଲୀବୟ । ଜୋୟା ଅଖତରଙ୍କ ଏହି ମୁ୍ୟଜିକାଲ ଡ୍ରାମା ଏବଂ ର୍ୟାପର ଭାବେ ରଣବୀର ସିଂ ଭୂମିକା ଯୁବ ପିଢ଼ୀର ମନ ଜିଣିଥିଲା । ଆଲିଆ ଭଟ୍ଟ ଓ ସିଦ୍ଧାର୍ଥ ଚର୍ତୁବେଦୀ ପ୍ରଶଂସନୀୟ ଅଭିନୟ କରିଥିଲେ । ଏହା ୧୫୦କୋଟି ପାଖାପାଖି ଆୟ କରିଥିଲା ।

ସେହିପରି ଭାବେ ଛିଛୋରେ, ବାଲ୍, ଲୁକା ଛୁପି, ପିତନୀ ଔର ୱ ଓ କେଶରୀ ଫିଲ୍ମ ମଧ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । ଶେଷ ଭାଗରେ ରିଲିଜ ହୋଇଥିବା ଦବଙ୍ଗ ୩ ସଲମାନଙ୍କ ପୂର୍ବ ଫିଲ୍ମ ପରି ଏତେଟା ସଫଳ ହୋଇ ନ ଥିଲା । ରିପୋର୍ଟ ମୁତାବକ ଏହା ୧୦୦ କୋଟିରୁ ଊଦ୍ଧ୍ୱର୍ ଆୟ କରିସାରିଛି ।

Leave A Reply

Your email address will not be published.