Latest Odisha News

BREAKING NEWS

ଖୁଣ୍ଟ ପୋତି ବାଲି ଜଗିଲା ପ୍ରଶାସନ

ଯାଜପୁର : ବାଲି ଚୋରା ଚାଲାଣରେ ଅସଫଳ ହେଲେ ବାଲିମାଫିଆ । ବାଲିଘାଟରେ ଖୁଣ୍ଟ ପୋତି ବନ୍ଦ କଲେ ପ୍ରଶାସନ । ବିଂଝାରପୁର ତହସିଲ ପକ୍ଷରୁ ସଏଦପୁର ପଞ୍ଚାୟତର୨ଟି ବାଲିଘାଟରେ ଖୁଣ୍ଟ ପୋତି ବନ୍ଦ କଲା ପ୍ରଶାସନ  । ସୟଦପୁର ପଂଚାୟତର ପଠାନ ମୋହଲ୍ଲା ଓ ଭୋଲା ମୋହଲ୍ଲା ଖରସ୍ରୋତା ନଦୀଶଯ୍ୟାରୁ ବାଲି ମାଫିଆ ମାନେ ବେଆଇନ ଭାବେ ବାଲି ଚାଲାଣ କରି ଆସୁଥିଲେ। ବାରମ୍ବାର ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉ ଥିଲେ ସୁଦ୍ଧା ବାଲି ଚୋରା ଚାଲାଣ ବନ୍ଦ ହେଉ ନଥିଲା।

ଏ ନେଇ ଆଜି ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ l ଫଳରେ ବିଂଝାରପୁର ତହସିଲ ପ୍ରଶାସନ ପକ୍ଷରୁ ଉକ୍ତ ବାଲିଘାଟ ରେ ଖୁଣ୍ଟ ପୋତି ବନ୍ଦ  କରିଛନ୍ତି । ବାରମ୍ବାର ବାଲି ଚୋରା ଚାଲାଣ ହେବା ଫଳରେ ସରକାରଙ୍କର ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି ହେଉଛି । ବିଂଝାରପୁରର ଭାର ପ୍ରାପ୍ତ ତହସିଲଦାର ମିନତୀ ଜଗଦ୍ଦେବଙ୍କ ଉପସ୍ଥିତିରେ ଘାଟ ଏରିଆରେ ଖୁଣ୍ଟ ପୋତା ଯାଇଛି ଯାହା ଫଳରେ ଚୋରା ଚାଲାଣ ରୋକା ଯାଇ ପାରିବ ବୋଲି ଆଶା କରାଯାଉଛି । ଯଦି ଆଗାମୀ ଦିନରେ ବେଆଇନ ବାଲି ଚାଲାଣ ବନ୍ଦ ନହୁଏ ତେବେ ଗ୍ରାମବାସୀ ମାନେ ତହସିଲ କାର୍ଯ୍ୟଳୟ ସମ୍ମୁଖରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି l

Leave A Reply

Your email address will not be published.