Latest Odisha News

BREAKING NEWS

୨୪ ଜାନୁଆରୀରୁ JEE Mains : କିପରି କରିବେ ଆବେଦନ?

ନୂଆଦିଲ୍ଲୀ : ଜେଇଇ ମେନ୍ ୨୦୨୩ ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହୋଇସାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ (ଏନଟିଏ) ଜେଇଇ ମେନ୍ସ ୨୦୨୩ର ଆବେଦନ ଫର୍ମ ଜାରି କରିଛି । ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆଡମିସନ ପାଇଁ ଆଶାୟୀ ଜେଇଇମେନ୍.ଏନଟିଏ.ଏନଆଇସି.ଇନ୍ କୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ଏନଟିଏ ଜେଇଇ ମେନ୍ସ ରେଜିଷ୍ଟ୍ରେସନ ଆରମ୍ଭ କରିବା ସହିତ ପରୀକ୍ଷା ତାରିଖ ବି ଘୋଷଣା କରିଛି । ଯୋଗ୍ୟ ଆଶାୟୀ ୧୨ଜାନୁଆରୀ ରାତି ୧୧ଟା ୫୦ ପର୍ଯ୍ୟନ୍ତ ଅନଲାଇନ ଆପ୍ଲିକେସନ ଫର୍ମ ପୂରଣ କରିପାରିବେ ।

ଜେଇଇ ମେନ୍ସ ୨୦୨୩ ପରୀକ୍ଷା ତାରିଖ ଓ ସମୟ

ଜେଇଇ ମେନ୍ସ  ପ୍ରଥମ ସେସନ ପରୀକ୍ଷା ୨୪ତାରିଖରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ହେବ । ସେହିପରି ୧ରୁ ୩ଫେବୃଆରୀ ପର୍ଯ୍ୟନ୍ତ ଦ୍ୱିତୀୟ ସେସନ୍ ପରୀକ୍ଷା ହେବ । ରିଜର୍ଭ୍ଡ୍ ପରୀକ୍ଷା ୧୩ରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଆୟୋଜିତ ହେବ । ସକାଳ ୯ଟାରୁ ୧୨ଟା ଓ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ଦୁଇଟି ସିଫ୍ଟରେ ପରୀକ୍ଷା ହେବ ।

କିପରି ଆବେଦନ କରିବେ?

୧ମ : ପ୍ରଥମେ ଏନଟିଏ ଜେଇଇ ମେନ୍ସ ଓ୍ୱେବସାଇଟ୍ ଲଗଇନ୍ କରିବେ jeemain.nta.nic.in

୨ୟ : ହୋମ୍ ପେଜ୍ କୁ ଯାଇ ଜେଇଇ ମେନ୍ସ ୨୦୨୩ ସେସନ୍-୧ ଆପ୍ଲିକେସନ ଲିଙ୍କରେ କ୍ଲିକ୍ କରିବେ

୩ୟ: ନୂଆ ୟୁଜର୍ସ, ଜରୁରୀ ଡିଟେଲ୍ସ ଦେବେ ଓ ରେଜିଷ୍ଟ୍ରେସନ କରିବେ

୪ର୍ଥ: ଇମେଲ୍ ରେ ଆପ୍ଲିକେସନ ନମ୍ୱର ଓ ପାସଓ୍ୱାର୍ଡ ଦେଇ ଲଗ୍ ଇନ୍ କରିବେ

୫ମ: ଜେଇଇ ମେନ୍ସ ଆପ୍ଲିକେସନ ଫର୍ମ ପୂରଣ କରିବେ, ଜରୁରୀ ଡକ୍ୟୁମେଣ୍ଟ ଅପଲୋଡ୍ କରି ଫି ଜମା କରିବେ

୬ଷ୍ଠ : ସବମିଟ୍ ଉପରେ କ୍ଲିକ୍ କଲେ ଫର୍ମ ଜମା ହୋଇଯିବ

୭ମ : କନର୍ଫମେସନ ପେଜ୍ କୁ ପ୍ରିଣ୍ଟ ଆଉଟ୍ କରି ନିଜ ପାଖରେ ରଖିବେ

Leave A Reply

Your email address will not be published.