Latest Odisha News

ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ସୁରକ୍ଷା ବ୍ୟାରିକେଡ଼

ଭୁବନେଶ୍ବର: ଭିକେ ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ବ୍ୟାରିକେଡ୍ । ପୂର୍ବରୁ ବିଜେଡି ସରକାରଙ୍କ ସମୟରେ ଭୁବନେଶ୍ୱର ୟୁନିଟ୍ ୬ରେ ଥିବା କ୍ୱାର୍ଟର ନଂ ଭିଆଇଆର ୭ର ଆଗରେ ବ୍ୟାରିକେଡ୍ କରାଯାଇଥିଲା । ହେଲେ ବିଜେଡି ସରକାରଙ୍କ ଶୋଚନୀୟ ପରାଜୟ ପରେ ତାହାକୁ ଏବେ ହଟାଇଦିଆଯାଇଛି ।

ପୂର୍ବରୁ କ୍ୱାର୍ଟରକୁ ରାତିଦିନ ଜଗି ରହୁଥିଲେ ସୁରକ୍ଷାକର୍ମୀ । ପାଣ୍ଡିଆନଙ୍କ ବାସଭବନକୁ ସୁରକ୍ଷା ଦେବା ପାଇଁ ସର୍ବସାଧାରଣ ରାସ୍ତାରେ ବ୍ୟାରିକେଡ ମଧ୍ୟ କରାଯାଇଥିଲା । ଏନେଇ ଅଭିଯୋଗ ଆସିବା ପରେ ଏହି ବ୍ୟାରିକେଡକୁ ଆବଶ୍ୟକ ସ୍ଥଳେ ଖୋଲା ଯାଉଥିଲା ଓ ଏହାକୁ ବନ୍ଦ କରି ଦିଅଯାଉଥିଲା ।

ପ୍ରତିଦିନ ଏଠାରେ ୩ ଟି ସିପ୍ଟରେ ପୋଲିସ କର୍ମୀମାନେ ଡ୍ୟୁଟି କରୁଥିଲେ । ହେଲେ ଗତକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେବା ନେଇ ଘୋଷଣା କରିଥିଲେ ଭିକେ ପାଣ୍ଡିଆନ । ଏହାପରେ ଆଜି ତାଙ୍କ ଘର ଆଗରୁ ବ୍ୟାରିକେଡ୍ ହଟାଇ ନିଆଯାଇଛି ।

Leave A Reply

Your email address will not be published.