Latest Odisha News

BREAKING NEWS

ରାଜ୍ୟରେ ୯ମାସ ପରେ ଖୋଲିବ ବାର୍, ଅନୁମତି ଦେଲେ ସରକାର

ଭୁବନେଶ୍ୱର: ଏଣିକି ରାଜ୍ୟରେ ଖୋଲିବ ବାର୍ । ହୋଟେଲ, ରେଷ୍ଟୁରାଣ୍ଟ, ବାର୍ ଓ କ୍ଲବରେ ବସି ମଦ ପିଇ ପାରିବେ ଗ୍ରାହକ । ଏଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଗତକାଲି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ନଅ ମାସ ପରେ ରାଜ୍ୟରେ ବାର୍ ଖୋଲିବ ।

BjdElectrycity

ଲାଇସେନ୍ସ ସର୍ତ୍ତାବଳୀ ଅନୁସାରେ ଠିପି ଖୋଲା ମଦ ଦୋକାନ, ବାର୍ ଓ ରେଷ୍ଟୁରାଣ୍ଟଗୁଡ଼ିକ ମଦ ବିକ୍ରି କରିପାରିବେ ବୋଲି କୁହାଯାଇଛି ।
ତେବେ ଏଥିପାଇଁ କୋଭିଡ୍ ଗାଇଡଲାଇନ୍ ମାନିବାକୁ ପଡ଼ିବ । ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ । ସ୍ଥାନୀୟ ପୋଲିସ ଓ ଅବକାରୀ କର୍ମଚାରୀ କଡ଼ା ନଜର ରଖିବେ । ନିୟମର ଉଲ୍ଲଂଘନ କଲେ ଦୋକାନ୍ ବନ୍ଦ ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦେଇଛନ୍ତି ସରକାର ।

ପୂର୍ବରୁ ଜୁନ୍ ମାସରେ ସରକାର କାଉଣ୍ଟରରେ ମଦ ବିକ୍ରିକୁ ଅନୁମତି ଦେଇଥିଲେ । ସେହିପରି ଅନଲାଇନରେ ବି ମଦ ବିକ୍ରି ହେଉଥିଲା । ତେବେ ବାର୍, ରେଣ୍ଟୁରାଣ୍ଟ ଭଳି ଅନ ସପ୍ ଖୋଲିବାକୁ ଅନୁମତି ଦେଇ ନଥିଲେ ସରକାର ।

Leave A Reply

Your email address will not be published.