Latest Odisha News

BREAKING NEWS

ମାହାଙ୍ଗା ମର୍ଡର କେସରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଜ୍ୟ ପ୍ରଭାରୀ

କଟକ: ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣାରେ ରାଜନୀତି ଜୋର ଧରିଛି । ଆଜି ନୃର୍ତ୍ତାଙ୍ଗରେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଦୁର୍ନୀତିରେ ରାଜ୍ୟ ସରକାର ବୁଡ଼ି ରହିଛନ୍ତି । ବର୍ଷେ ତଳେ ବିକାଶ ଜେନାଙ୍କୁ ହତ୍ୟା କରାଯାଇଥିଲା । ଏବେ କୁଳମଣି ଓ ଦିବ୍ୟସିଂହଙ୍କୁ ହତ୍ୟା କରାଗଲା ।
ପିଏମ୍ ଆବାସ ଯୋଜନା ଦୁର୍ନୀତି ଉଠାଇବାରୁ ଉଭୟଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ପୁରନ୍ଦେଶ୍ୱରୀ । ପ୍ରତାପ ଜେନାଙ୍କୁ କାହିଁକି ଗିରଫ କରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ଏତଲାରେ ଯଦି ପ୍ରତାପ ଜେନାଙ୍କ ନାଁ ଅଛି କାହିଁକି ଗିରଫ କରାଯାଉନି ?

ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ, ନଚେତ୍ ଲୋକଙ୍କ ବିଶ୍ୱାସ ଉଠିଯିବ ବୋଲି ବିଜେପି ରାଜ୍ୟ ପ୍ରଭାରୀ କହିଛନ୍ତି । ଆମେ କୁଳମଣି ଓ ଦିବ୍ୟସିଂହଙ୍କ ପରିବାର ସହ ଅଛୁ । ନ୍ୟାୟ ନ ମିଳିବା ଯାଏଁ ଆମେ ଲଢ଼େଇ ଜାରି ରଖିବୁ ବୋଲି ପ୍ରେସମିଟରେ କହିଛନ୍ତି ପୁରନ୍ଦେଶ୍ୱରୀ ।
ଆଜି ମାହାଙ୍ଗା ନୃର୍ତ୍ତାଙ୍ଗରେ ପହଞ୍ଚିଥିଲେ ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ୱରୀ । କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟିଥିଲେ । ସାଙ୍କ ସହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.