Latest Odisha News

ହସ୍ପିଟାଲରୁ ଡିସଚାର୍ଜ ହେଲେ ସୌରଭ ଗାଙ୍ଗୁଲି

କୋଲକାତା: ସୁସ୍ଥ ହୋଇ ଘରକୁ ଫେରିଲେ ବିସିସିଆଇ ସଭାପତି ତଥା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି । ଆଜି ତାଙ୍କୁ କୋଲକାତା ସ୍ଥିତ ଉଡଲ୍ୟାଣ୍ଡସ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏହାପରେ ଫ୍ୟାନଙ୍କ ସାମନାକୁ ଆସିଥିଲେ ଗାଙ୍ଗୁଲି । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ପାଇଁ ଆରୋଗ୍ୟ କାମନା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଗାଙ୍ଗୁଲି ।

ହସ୍ପିଟାଲରୁ ଘରକୁ ଫେରିଥିଲେ ବି ଡାକ୍ତରୀ ଟିମ୍ ତାଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଗତ ଶନିବାର ଦିନ ହୃତଘାତ ଯୋଗୁ ଗାଙ୍ଗୁଲିଙ୍କୁ କୋଲକାତା ଉଡଲ୍ୟାଣ୍ଡସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଆଞ୍ଜିଓପ୍ଲାଣ୍ଟି ହୋଇଥିଲା ।

Leave A Reply

Your email address will not be published.