ଭୁବନେଶ୍ୱର: ହାତ ଧରି ଚାଲିବାକୁ ଦିନେ କଥା ଦେଇଥିଲେ । କିନ୍ତୁ ଆଜି ସିଏ ହାତ ଛାଡି ଦେଇଛନ୍ତି । ସମୟ ସହ ସବୁ କିଛି ବଦଳି ଯାଇଛି । ଆମ ଭିତରେ ଆଉ କିଛି ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ଏସ୍ଡିଜେଏମ୍ କୋର୍ଟରେ ପାରିବାରିକ ହିଂସା ନିରୋଧୀ ଆଇନ୍ ଅନୁଯାୟୀ ପିଟିସନ ଦାଖଲ କରିଛନ୍ତି ପତ୍ନୀ ବର୍ଷା । ୮ ପୃଷ୍ଠା ସମ୍ବଳିତ ପିଟିସନରେ ବହୁ ଚାଂଚଲ୍ୟକର ତଥ୍ୟ ଦେଇଛନ୍ତି ବର୍ଷା । ତେବେ କ’ଣ ସବୁ ଅଭିଯୋଗ ରହିଛି ତାଙ୍କ ପିଟିସନରେ ଆସନ୍ତୁ ଜାଣିବା ।
-୨୦୧୪ ଫେବୃଆରୀ ୮ ତାରିଖରେ ବର୍ଷା ଓ ଅନୁଭବଙ୍କ ବାହାଘର ହୋଇଥିଲା ।
-ବର୍ଷାଙ୍କୁ ବାହା ହେବା ପାଇଁ ଅନୁଭବ ହାତକାଟି ଦେଇଥିଲେ । ଛୁରୀରେ ଛାତି କାଟି ରକ୍ତ ବୁହାଇଥିଲେ ।
– ଏହାପରେ ଘର ଲୋକ ବାହାଘର ପାଇଁ ରାଜି ହୋଇଥିଲେ । ବାହାଘର ବେଳେ ପ୍ରାୟ ୫୦ ଲକ୍ଷ ଟଙ୍କାର ଜିନିଷପତ୍ର ଦିଆଯାଇଥିଲା ।
-ବାହାଘର ପରେ ଉଭୟ ମିଶି ଅନେକ ଫିଲ୍ମ କରିଥିଲେ । ହେଲେ ପାରିଶ୍ରମିକ ବାବଦକୁ ବର୍ଷାଙ୍କୁ ଟଙ୍କାଟିଏ ବି ଦେଇ ନଥିଲେ ଅନୁଭବ । ଟଙ୍କା ମାଗିବାରୁ ଅନୁଭବ ଅତ୍ୟାଚାର କରୁଥିଲେ ।
-ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନୁଭବଙ୍କ ବହୁ ନାରୀଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା । ଏହାକୁ ଅନୁଭବଙ୍କ ଘର ଲୋକ ସମର୍ଥନ କରୁଥିଲେ ।
-ଅନୁଭବ ଜଣେ ପେସାଦାର ମଦ୍ୟପ ଥିଲେ । ସେ ମଦ ପିଇବା ପରେ ସବୁ ହିତାହତ ଜ୍ଞାନ ଭୁଲି ଯାଉଥିଲେ । ଏପରିକି ସାଙ୍ଗସାଥୀଙ୍କ ସହ ମିଶି ବେଡ୍ରୁମ୍ରେ ମଦ ପିଅନ୍ତି ।
– ମଦ ପିଇବାକୁ ବିରୋଧ କଲେ ଅନୁଭବ, ବର୍ଷାଙ୍କୁ ହାତରେ ଏବଂ ବାଡିରେ ମାଡ ମାରନ୍ତି ବୋଲି ପିଟିସନରେ ଉଲ୍ଲେଖ ରହିଛି ।
-ବାପା ହେବାକୁ ଚାହୁଁ ନଥିଲେ ଅନୁଭବ । ପିଲା ଛୁଆ ପାଇଁ ବର୍ଷା ଚାହୁଁଥିଲେ ବି ଅନୁଭବ ସର୍ବଦା ଏଡାଇ ଦିଅନ୍ତି, ତାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ ।
– ଜୁନ୍ ୭ ପରେ ଅତ୍ୟାଚାରର ସବୁ ସୀମା ଟପି ଯାଇଥିଲା । ଅନୁଭବ ଓ ତାଙ୍କ ବାପା ଖରାପ ଭାଷାରେ ଗାଳିଗୁଲଜ କରିଥିଲେ ।
-ଜୁନ୍ ୧୧ରେ ଅନୁଭବ ତାଙ୍କୁ ଛାଡପତ୍ର ଦେବା ପାଇଁ ବାଧ୍ୟ କରିଥିଲେ ।
କୋର୍ଟରେ ବର୍ଷାଙ୍କ କ’ଣ ରହିଛି ଦାବି?
-ପ୍ରତିପକ୍ଷଙ୍କୁ କ୍ଷତିପୂରଣ ଓ ଭରଣପୋଷଣ ସେ କୋର୍ଟରେ ଅପିଲ କରିଛନ୍ତି ।
-ଘରଭଡା ବାବଦକୁ ମାସିକ ୨୦ ହଜାର, ଚଳିବାକୁ ୫୦ ହଜାର ଦାବି ।
-କ୍ଷତିପୂରଣ ପାଇଁ ୧୩ କୋଟି ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଖର୍ଚ୍ଚ ପାଇଁ ୨ କୋଟି ଦାବି କରିଛନ୍ତି ବର୍ଷା ।
BREAKING NEWS
- ବାଂଲାଦେଶରେ ଉତ୍ତେଜନା; ପୋଲିସ ହେପାଜତରେ ଆୱାମୀ ଲିଗ୍ ନେତାଙ୍କ ମୃତ୍ୟୁ
- ବିସିବିର ଆଉ ଏକ ମିଛ ଧରିଲା ଆଇସିସି
- ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ, ରବିବାର ହେବ…
- Jagdeep Dhankhar Hospitalised At AIIMS: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏମ୍ସରେ ଭର୍ତ୍ତି; ଗତ ସପ୍ତାହରେ ଦୁଇଥର ଅଚେତ…
- ବସ୍ ସହ ସ୍କୁଟିର ହେଲା ଧକ୍କା ,ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
- ରହିବନି କୋଟା ଓ ଆରଏସି; ବନ୍ଦେ ଭାରତ ସ୍ଲିପର ଟ୍ରେନରେ ମିଳିବ ଏହି ସୁବିଧା…
- କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍ଘାଟିତ
- କୋହଲି ଅହଙ୍କାରୀ କି ନୁହେଁ କହିଲେ ସାଥୀ ଖେଳାଳି
- କୋର୍ଟକୁ ଆସିଲେନି ପିୟୂଷ
- ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶା ରନର୍ସଅପ୍
Comments are closed.