Latest Odisha News

ଆସନ୍ତୁ ଜାଣିବା ପିତୃ ପକ୍ଷରେ ସମ୍ପର୍କୀୟଙ୍କୁ ସ୍ୱପ୍ନରେ ଦେଖିଲେ କଣ ଫଳ ମିଳେ

ପୁରୀ: ପିତୃପକ୍ଷ ବା ଅପରପକ୍ଷକୁ ନିଷ୍ଠାର ସହ ପାଳନ କଲେ ପିତାଙ୍କ ଆତ୍ମଙ୍କୁ ଶାନ୍ତି ଏବଂ ତାଙ୍କଠାରୁ ଆର୍ଶୀବାଦ ମିଳିଥାଏ । ଏହି ସମୟରେ ଗରିବଙ୍କ ଦାନ କରିବା ଏବଂ ଲୋକଙ୍କୁ ସାହାଯ୍ୟ କଲେ ଭଲ ଫଳ ମିଳିଥାଏ । ଯଦି ଏହି ୧୫ ଦିନ ମଧ୍ୟରେ ଆପଣଙ୍କ ସ୍ୱପ୍ନରେ ପରିଜନ ଦେଖା ଦିଅନ୍ତି ତାହାହେଲେ କଣ ଫଳ ମିଳିଥାଏ ଆସନ୍ତୁ ଜାଣିବା ।
ସ୍ୱପ୍ନରେ ମୃତ ପରିଜନଙ୍କୁ କଷ୍ଟ ପାଉଥିବା ଓ ରୋଗଗ୍ରସ୍ଥ ଦେଖିବା: ପିତୃପକ୍ଷ ସମୟରେ ସ୍ୱପ୍ନରେ ମୃତ ପରିଜନଙ୍କୁ କଷ୍ଟ ପାଉଥିବା ଓ ରୋଗଗ୍ରସ୍ଥ ଦେଖିବାର ମାନେ ତାଙ୍କ ଆତ୍ମାଙ୍କୁ ଶାନ୍ତି ମିଳିନି । ଏଥିପାଇଁ ଆପଣଙ୍କୁ ଆବଶ୍ୟପ ପଦକ୍ଷେପ ଗ୍ରହଣ କରିବାକୁ ପଡିବ । ଯାହା ଫଳରେ ଆତ୍ମା ଶାନ୍ତି ପାଇବ ।
ସୁସ୍ଥ ଓ ଖୁସି ଦେଖିବା : ଏହା ହେଲେ ଆପଣଙ୍କ ମୃତକ ପରିଜନଙ୍କ ଆତ୍ମା ଶାନ୍ତିରେ ଅଛି । ତାଙ୍କୁ ବାରମ୍ବାର ମନେ ପକାଇ ବ୍ୟତିବ୍ୟସ୍ତ କରାଇବା ଆବଶ୍ୟକ ନୁହେଁ । ସେ ଶାନ୍ତିରେ ଅଛନ୍ତି ମାନେ ଆପଣଙ୍କୁ ଭଲ ଫଳ ମିଳିବ ।
ଜୀବିତ ବ୍ୟକ୍ତିଙ୍କୁ ମୃତ ଦେଖିବା: ସ୍ୱପ୍ନରେ ଜୀବିତ ବ୍ୟକ୍ତିଙ୍କୁ ମୃତ ଦେଖିଲେ ତାଙ୍କର ଆୟୁ ବଢ଼ିଥାଏ । ସବୁଠାରୁ ବଡ କଥା ଯିଏ ଦୁନିଆ ଛାଡି ଯାଇଛି ତାଙ୍କ ବିଷୟରେ କମ୍ ଚିନ୍ତା କରିଲେ ଭଲ ।

Leave A Reply

Your email address will not be published.