ଭୁବନେଶ୍ଵର: ସନାତନ ଧର୍ମରେ ବସନ୍ତ ପଞ୍ଚମୀର ଖାସ୍ ମହତ୍ବ ରହିଛି। କାରଣ ଏହି ଦିନ ମାତା ସରସ୍ୱତୀ ଅବତରଣ କରିଥିଲେ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ମାତା ସରସ୍ୱତୀଙ୍କୁ ଜ୍ଞାନ ଏବଂ ଶିକ୍ଷାର ଦେବୀ କୁହାଯାଏ। ତିଥି ଅନୁଯାୟୀ, ବସନ୍ତ ପଞ୍ଚମୀର ପର୍ବ ପ୍ରତିବର୍ଷ ମାଘ ମାସର ଶୁକ୍ଲ ପକ୍ଷର ପଞ୍ଚମ ଦିନରେ ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ଦେବୀ ସରସ୍ୱତୀ ଏହି ଦିନ ଜନ୍ମ ହୋଇଥିଲେ। ଏହି ଦିନଠାରୁ ବସନ୍ତ ଋତୁ ମଧ୍ୟ ଆରମ୍ଭ ହୁଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ବସନ୍ତ ପଞ୍ଚମୀ ଦିନ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ରୀତିନୀତି ଅନୁଯାୟୀ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ତିନୋଟି ଦେବାଦେବୀଙ୍କୁ ପୂଜା କରିବା ଦ୍ବାରା ସମସ୍ତ ଦୁଃଖ ଦୂର ହୁଏ। ତେବେ ଆସନ୍ତୁ ଜାଣିବା ଚଳିତବର୍ଷ ବର୍ଷ ବସନ୍ତ ପଞ୍ଚମୀର ପର୍ବ କେବେ ପାଳନ କରାଯିବ। ପୂଜା ସମୟ ଏବଂ ଗୁରୁତ୍ୱ ବିଷୟରେ ମଧ୍ୟ ଜାଣିବେ।
ବସନ୍ତ ପଞ୍ଚମୀର ଶୁଭ ତିଥି- ତିଥି ଅନୁଯାୟୀ, ଚଳିତ ବର୍ଷ ସରସ୍ୱତୀ ପୂଜା ଉଦୟ ତିଥି ଅନୁସାରେ ଫେବୃଆରୀ ୨ରେ ପାଳନ କରାଯିବ। ପଞ୍ଚମୀ ତିଥି ଫେବୃଆରୀ ୨ ସକାଳ ୯.୧୪ରୁ ଆରମ୍ଭ ହୋଇ ଫେବୃଆରୀ ୩ ସକାଳ ୬.୫୨ରେ ଶେଷ ହେବ। ତିଥି ଅନୁଯାୟୀ ବସନ୍ତ ପଞ୍ଚମୀରେ ସରସ୍ଵତୀଙ୍କ ପୂଜାପାଠ ପାଇଁ ଶୁଭ ସମୟ ସକାଳ ୭:୦୯ ରୁ ନେଇ ଦିନ ୧୨:୩୫ ପର୍ଯ୍ୟନ୍ତ ହେବ। ସରସ୍ୱତୀ ପୂଜା ପାଇଁ ୩ ଘଣ୍ଟା ୨୬ ମିନିଟ୍ ସମୟ ରହିବ। ଏହି ଦିନ ଛୋଟପିଲାଙ୍କ ଆଗାମୀ ଶିକ୍ଷା ପାଇଁ ପ୍ରଥମ ଥର ଖଡି ଛୁଆଁ ଯାଏ । ବସନ୍ତ ପଞ୍ଚମୀ ଦିନରେ ପିଲାମାନେ ମା’ ସରସ୍ଵତୀଙ୍କ ଆଶୀର୍ବାଦ ନେଇ ସେମାନଙ୍କ ଶିକ୍ଷା ଆରମ୍ଭ କରିଥାନ୍ତି ।
ପୌରାଣିକ ବିଶ୍ବାସ ଅନୁଯାୟୀ ଦେବୀ ରତି ଏବଂ ଭଗବାନ କାମଦେବଙ୍କ ବିଶେଷ ପୂଜା କେବଳ ବସନ୍ତ ପଞ୍ଚାମୀ ତିଥିରେ କରାଯାଇଥାଏ। କାମଦେବଙ୍କୁ ପୂଜା କରିବା ଦାମ୍ପତ୍ୟ ଜୀବନରେ ସୁଖ ଏବଂ ଶାନ୍ତି ଆଣିଥାଏ। ଶିକ୍ଷା, ସାହିତ୍ୟ, କଳା, ଅଧ୍ୟୟନ ଏବଂ ଶିକ୍ଷାଦାନ ସହିତ ଜଡିତ ଲୋକଙ୍କ ପାଇଁ ବସନ୍ତ ପଞ୍ଚାମୀର ପର୍ବ ବିଶେଷ। ଏହି ତାରିଖରେ ସମସ୍ତେ ମାତା ସରସ୍ୱତୀଙ୍କୁ ପୂଜା କରନ୍ତି। ସୂର୍ଯ୍ୟୋଦୟ ପରେ ଏବଂ ଦିନର ମଧ୍ୟଭାଗ ପୂର୍ବରୁ ବସନ୍ତ ପଞ୍ଚମୀ ପୂଜା କରିବା ପ୍ରଥା ରହିଛି।
Comments are closed.