ଟେକ୍ସାସ: ଲଞ୍ଚର କିଛି ସମୟ ପରେ ରକେଟରେ ବିସ୍ଫୋରଣ। ବିଶ୍ୱର ସବୁଠାରୁ ବଡ଼ ଏବଂ ଶକ୍ତିଶାଳୀ ରକେଟ୍ ‘ଷ୍ଟାରସିପ୍’ ଆମେରିକାର ଟେକ୍ସାସରୁ ଉତକ୍ଷେପଣ କରାଯାଇଥିଲା। ଆକାଶରେ ପହଞ୍ଚିବାର ମାତ୍ର କିଛି ମିନିଟ୍ ପରେ ଏଥିରେ ବିସ୍ଫୋରଣ ଘଟିଥିଲା।
ସୂଚନା ଅନୁଯାୟୀ, ଉତକ୍ଷେପଣର ମାତ୍ର କିଛି ମିନିଟ୍ ପରେ ସ୍ପେସଏକ୍ସର ଷ୍ଟାରସିପ୍ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଆମେରିକୀୟ କୋଟିପତି ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯାହା ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
Success is uncertain, but entertainment is guaranteed! ✨
pic.twitter.com/nn3PiP8XwG— Elon Musk (@elonmusk) January 16, 2025
ଏଲନ ମସ୍କ ୧୭ ଜାନୁଆରୀ ୨୦୨୫ରେ ‘ଏକ୍ସ’ରେ ଏକ ୫୧ ସେକେଣ୍ଡର ଭିଡିଓ ପୋଷ୍ଟ କରିଥିଲେ। ସେ ଏହାର ଏକ ମଜାଦାର କ୍ୟାପସନ ମଧ୍ଯ ରହିଥିଲା- ସଫଳତା ଅନିଶ୍ଚିତ, କିନ୍ତୁ ମନୋରଞ୍ଜନର ଗ୍ୟାରେଣ୍ଟି ସୁନିଶ୍ଚିତ!
Comments are closed.