ଅମରାବତୀ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟିପରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୪ ମୃତ ଏକାଧିକ ଆହତ । ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାର ଗଙ୍ଗାସାଗରାମ ନିକଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆହତ ମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସେପଟେ ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନା ଅନୁସାରେ, ଆଜି ସକାଳୁ ତିରୁପତିରୁ ମଦୁରାଇ ଅଭିମୁଖେ ଯାଉଥିବା ଏକ ବସ୍ ଆନ୍ଧ୍ରପ୍ରଦେଶର ଚିତ୍ତୋରର ଗଙ୍ଗାସଗାରାମ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ବସଟି ଭାରସାମ୍ୟ ହରାଇ ଏକ ଟିପରକୁ ଧକ୍କା ଦେଇଥିଲା । ଧକ୍କା ହେବା ପରେ ବସଟି ୨୦ ଫୁଟ ତଳକୁ ଖସି ଏକ ଇଲେକ୍ଟ୍ରିକ ପୋଲ ସହ ପୁଣି ଧକ୍କା ହୋଇଥିଲା । ଫଳରେ ଖୁଣ୍ଟଟି ବସ ଉପରେ ପଡିଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଆହତ ଯାତ୍ରୀମାନଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଥିଲା । ସେହିପରି ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ ।
ଦୁର୍ଘଟଣା ପରେ ଦୁଇ ଘଣ୍ଟା ଧରି ଉକ୍ତ ଅଞ୍ଚଳରେ ଯାତାୟାତ ବ୍ୟାହତ ହୋଇଥିଲା। ତେବେ ଆହତ ମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି । ଘଟଣାରେ ପୋଲିସ ନିଜ ଆଡି ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ସେପଟେ ଚିତୋର ଜିଲ୍ଲା ପ୍ରଶାସନ ଡା଼କ୍ତରଖାନାକୁ ଯାଇ ସ୍ଥିତି ସମୀକ୍ଷା କରିବା ସହ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ସେ ଡାକ୍ତରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.