Latest Odisha News

BREAKING NEWS

୧୩ ନା ୧୪, କେବେ ପଡୁଛି ବାଗ୍ ଦେବୀ ମା ସରସ୍ଵତୀଙ୍କ ପୂଜା

ଭୁବନେଶ୍ଵର: ପୌଷ ମାସ ପରେ ମାଘ ମାସ ଆସିଥାଏ ଏବଂ ଏହି ମାସରେ ପୂଜାପାଠ, ସ୍ନାନ-ଧ୍ୟାନ ଏବଂ ଦାନ ସହିତ ଅନେକ ଧାର୍ମିକ ରୀତିନୀତି ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ମାଘ ମାସର ବିଶେଷ ମହତ୍ତ୍ୱ ରହିଛି । ମାଘ ମାସରେ ଅନେକ ଉପବାସ ଏବଂ ପର୍ବ ରହିଛି । ଯେଉଁଥିରେ ବସନ୍ତ ପଞ୍ଚମୀ ମଧ୍ୟ ଅନ୍ୟତମ । ବସନ୍ତ ପଞ୍ଚମୀରେ ପୃଥିବି ପୃଷ୍ଠକୁ ବସନ୍ତ ଋତୁର ଆଗମନ ହୋଇଥାଏ । ଶାସ୍ତ୍ରରେ ବସନ୍ତ ପଞ୍ଚମୀ ଏକ ପ୍ରମୁଖ ପର୍ବ ଭାବରେ ବିବେଚନା କରାଯାଏ । ବସନ୍ତ ପଞ୍ଚାମୀ ଦିନ ଜ୍ଞାନର ଦେବୀ ମାତା ସରସ୍ୱତୀଙ୍କୁ ପୂଜା କରାଯାଏ । ତେଣୁ ବସନ୍ତ ପଞ୍ଚମୀକୁ କେହି କେହି ସରସ୍ଵତୀ ପୁଜା ବୋଲି ମଧ୍ୟ କହିଥାଆନ୍ତି ।

ଚଳିତ ବର୍ଷ ବସନ୍ତ ପଞ୍ଚମୀର ତାରିଖକୁ ନେଇ ଉପୁଜିଛି ଦ୍ଵନ୍ଦ । ଫେବୃଆରୀ ୧୩ ନା ୧୪, କେଉଁ ତାରିଖରେ ବସନ୍ତ ପଞ୍ଚମୀ ପାଳନ କରାଯିବ ସେନେଇ ସମସ୍ତଙ୍କ ମନରେ ଦ୍ଵନ୍ଦ ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ଦିନ ପାଳନ କରାଯିବ ବସନ୍ତ ପଞ୍ଚମୀ । ଏବଂ ଏଥିପାଇଁ ଶୁଭ ମୂହୁର୍ତ୍ତ କଣ । ତେବେ ବସନ୍ତ ପଞ୍ଚମୀର ତିଥି ୧୩ ଫେବୃଆରୀ ଦ୍ଵିପହର ୨.୪୧ରୁ ଆରମ୍ଭ ହୋଇ ୧୪ ଫେବୃଆରୀ ୧୨.୯ରେ ସମାପ୍ତ ହେବ । ହିନ୍ଦୁ ଧର୍ମରେ ଯେକୌଣସି ପର୍ବ କେବଳ ଉଦୟ ତିଥି ଆଧାରରେ ପାଳନ କରାଯାଏ । ମା’ ସରସ୍ଵତୀ ଜ୍ଞାନ, କଳା ଓ ସଂଗୀତର ଦେବୀ । ଏହି ଦିନ ଛୋଟପିଲାଙ୍କ ଆଗାମୀ ଶିକ୍ଷା ପାଇଁ ପ୍ରଥମ ଥର ଖଡି ଛୁଆଁ ଯାଏ । ବସନ୍ତ ପଞ୍ଚମୀ ଦିନରେ ପିଲାମାନେ ମା’ ସରସ୍ଵତୀଙ୍କ ଆଶୀର୍ବାଦ ନେଇ ସେମାନଙ୍କ ଶିକ୍ଷା ଆରମ୍ଭ କରିଥାନ୍ତି ।

ପୌରାଣିକ ବିଶ୍ବାସ ଅନୁଯାୟୀ ଦେବୀ ରତି ଏବଂ ଭଗବାନ କାମଦେବଙ୍କ ବିଶେଷ ପୂଜା କେବଳ ବସନ୍ତ ପଞ୍ଚାମୀ ତିଥିରେ କରାଯାଇଥାଏ। କାମଦେବଙ୍କୁ ପୂଜା କରିବା ଦାମ୍ପତ୍ୟ ଜୀବନରେ ସୁଖ ଏବଂ ଶାନ୍ତି ଆଣିଥାଏ। ଶିକ୍ଷା, ସାହିତ୍ୟ, କଳା, ଅଧ୍ୟୟନ ଏବଂ ଶିକ୍ଷାଦାନ ସହିତ ଜଡିତ ଲୋକଙ୍କ ପାଇଁ ବସନ୍ତ ପଞ୍ଚାମୀର ପର୍ବ ବିଶେଷ। ଏହି ତାରିଖରେ ସମସ୍ତେ ମାତା ସରସ୍ୱତୀଙ୍କୁ ପୂଜା କରନ୍ତି। ସୂର୍ଯ୍ୟୋଦୟ ପରେ ଏବଂ ଦିନର ମଧ୍ୟଭାଗ ପୂର୍ବରୁ ବସନ୍ତ ପଞ୍ଚମୀ ପୂଜା କରିବା ପ୍ରଥା ରହିଛି।

Leave A Reply

Your email address will not be published.