Latest Odisha News

BREAKING NEWS

ନିର୍ମଳାଙ୍କ ବଜେଟରେ ବିକଶିତ ହେବ ଲାକ୍ଷାଦ୍ଵୀପ  

ନୂଆଦିଲ୍ଲୀ:କିଛି ଦିନ ହେବ ଚାଲିଥିବା ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ତିକ୍ତତା କାହାକୁ ଅଛପା ନାହିଁ। ଏହାରି ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦିନ ବଜେଟ୍ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ଭାରତ ଓ ମାଲଦ୍ୱୀପ ମଧ୍ୟରେ ଥିବା ଲାକ୍ଷାଦ୍ଵୀପକୁ କିପରି ଆହୁରି ବିକାଶ କରିହେବ ସେ ନେଇ ବଜେଟରେ ସ୍ଥାନିତ ହୋଇଛି। ଏହା ଦ୍ବାରା ନା କେବଳ ଭାରତର ଏହି ଦ୍ଵୀପର ବିକାଶ ହେବ ବରଂ ଭାରତର ପର୍ଯଟନ ଶିଳ୍ପ ମଧ୍ୟ ଉନ୍ନତ ହେବ। ଯାହା ନିଯୁକ୍ତିରେ ମଧ୍ୟ ସହାୟ ହେବ ବୋଲି ମତ ବାଢ଼ିଛନ୍ତି ଅର୍ଥମନ୍ତ୍ରୀ।

ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ୍ ଆକଳନ ୨,୪୪୯.୬୨ କୋଟି ରହିଛି। ଯାହାକି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨,୪୦୦ ଥିଲା। ବଜେଟ୍ ଦଲିଲ ଅନୁଯାୟୀ, ୨୦୨୩-୨୦୨୪ ଆର୍ଥିକ ବର୍ଷରେ ମାଲଦ୍ୱୀପକୁ ୪୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା, ଯାହାକି ମାଲଦ୍ୱୀପ ବଜେଟର ୧.୫ ପ୍ରତିଶତ।  

ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାକ୍ଷାଦ୍ଵୀପ ଗସ୍ତ କରିଥିଲେ। ସୋସିଆଲ ମିଡିଆରେ ତାଙ୍କର ସେହି ଯାଗାର ପୋଷ୍ଟକୁ ଦେଖି ମାଳଦ୍ଵୀପକୁ ବୟକଟ କରିବାର ନାରା ବେଶ୍ ଟ୍ରେଣ୍ଡ କରିଥିଲା। କାରଣ ବିଶେଷ କରି ବଲିଉଡ କଳାକାରମାନଙ୍କର ମାଲଦ୍ୱୀପ ଗସ୍ତରେ ଯିବା ସେଠାକାର ପର୍ଯ୍ୟଟନକୁ ବଢ଼ାଇଥିଲେ। ପରବର୍ତ୍ତୀ ସମୟରେ ଏହି ବିବାଦ ଉପୁଜିବା ପରେ ତିନି ମାଲଦ୍ୱୀପ ମନ୍ତ୍ରୀ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯାହାପରେ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା।  ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପରେ ଏହି ତିନି ମନ୍ତ୍ରୀଙ୍କୁ ହଟାଇ ଦିଆଯାଇଥିଲା। ଏହି ସମୟରେ ମାଲଦ୍ୱୀପ ପରିଦର୍ଶନ କରୁଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି।  ମାଲଦ୍ୱୀପ ସରକାରଙ୍କ ସରକାରୀ ତଥ୍ୟ ଅନୁଯାୟୀ, ଗତ ତିନି ସପ୍ତାହ ମଧ୍ୟରେ ଦେଶର ପର୍ଯ୍ୟଟନ ମାନ୍ୟତାରେ ଭାରତ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ଗତ ତିନି ବର୍ଷ ଧରି ମାଲଦ୍ୱୀପ ପରିଦର୍ଶନ କରୁଥିବା ଭାରତୀୟମାନେ ସର୍ବାଧିକ ସଂଖ୍ୟକ ପର୍ଯ୍ୟଟକ ଥିଲେ।  ୨୦୨୩ ମସିହାରେ ମାଲଦ୍ୱୀପର ପର୍ଯ୍ୟଟନ ବଜାରରେ ଭାରତର ଅଂଶ ୧୧% ଥିଲା।  କିନ୍ତୁ ଜାନୁୟାରୀ ୨୮ ସୁଦ୍ଧା ଭାରତର ଅଂଶ ମାତ୍ର ଆଠ ପ୍ରତିଶତକୁ ଖସି ଆସିଛି।

Leave A Reply

Your email address will not be published.