Latest Odisha News

BREAKING NEWS

ବାଜପେୟୀଙ୍କ ଅସ୍ଥି କଳସ ଗ୍ରହଣ କଲେ ବସନ୍ତ ପଣ୍ଡା

ନୂଆଦିଲ୍ଲୀ : ଆଜି ନୂଆଦିଲୀ ସ୍ଥିତ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟ ଠାରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଅସ୍ଥି କଳସ ଗ୍ରହଣ କଲେ । ଏହି କଳସକୁ ସୁଷମା ସ୍ୱରାଜଙ୍କ ହାତରୁ ଗ୍ରହଣ କରିଥିଲେ ବସନ୍ତ ପଣ୍ଡା ।

ଏହି କଳସ ଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ଅମିତ ଶାହାଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ରହିଥିଲେ ।

ସୂଚନା ଅନୁଯାୟୀ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି କଳସକୁ ଆଣି ଆଜି ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ବସନ୍ତ ପଣ୍ଡା । ଆଜି ରାତିରେ ଜନସାଧାରଣ ମଧ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇ ସ୍ୱର୍ଗତ ବାଜପେୟୀଙ୍କ ଅସ୍ଥି କଳସକୁ ଦର୍ଶନ କରିପାରିବେ ।

ଆସନ୍ତା କାଲି ୨୩ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଓ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା ସମେତ ବିଜେପିର ବହୁ ବରିଷ୍ଠ ନେତା ଅସ୍ଥି କଳସକୁ ଏକ ଶୋଭା ଯାତ୍ରାରେ ନେଇ ପୁରୀ ସମୁଦ୍ରରେ ବିସର୍ଜନ କରିବା ନେଇ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.