Latest Odisha News

BREAKING NEWS

ତ୍ୟାଗ ଓ ବଳିଦାନର ପର୍ବ ଇଦ-ଉଲ-ଜୁହା, ସୁଦର୍ଶନଙ୍କ ଚମତ୍କାର ବାଲୁକା କଳା

ଭୁବନେଶ୍ୱର : ମୁସଲମାନ ଧର୍ମାବଲମ୍ବୀ ଭାଇ-ଭଉଣୀମାନେ ଆଜି ଆନନ୍ଦର ସହିତ ପାଳନ କରୁଛନ୍ତି ପବିତ୍ର ଇଦ-ଉଲ-ଜୁହା ପର୍ବ । ଆଜିର ଦିନଟିକୁ ଓଡ଼ିଶା ତଥା ସମଗ୍ର ଭାରତର ମୁସଲମାନ ଧର୍ମର ଜନସାଧାରଣ ତ୍ୟାଗ ଓ ବଳିଦାନର ପର୍ବ ଭାବେ ପାଳନ କରୁଛନ୍ତି ।

ଆଜିର ଦିନଟିକୁ ବକରିଦ ଭାବେ ମଧ୍ୟ ପାଳନ କରାଯାଇଥାଏ । କିମ୍ବଦନ୍ତୀ ଅନୁସାରେ ମହାପୁରୁଷ ହଜରତ୍ ଇବ୍ରାହିମଙ୍କୁ ଦିନେ ଆଲ୍ଲା ଆଦେଶ ଦେଲେ ଯେ ନିଜଠାରୁ ଅଧିକ ଭଲପାଉଥିବା ଦ୍ରବ୍ୟକୁ ବଳିଦାନ କର । ମହାପୁରୁଷ ଇବ୍ରାହିମ ସେହିଦିନ ପୁତ୍ରକୁ ବଳିଦାନ ଦେବାକୁ ମନସ୍ଥ କଲେ । କିନ୍ତୁ ଆଲ୍ଲା ପ୍ରସନ୍ନ ହୋଇ ତାଙ୍କର ପୁତ୍ରକୁ ବଳିଦାନରୁ ବଞ୍ଚିତ କଲେ । ସେହିଦିନଠୁ ପଶୁବଳି ଦାନ କରି ଏହି ପର୍ବ ପାଳନ କରାଯାଇଥାଏ ।

ଆଜିର ପବିତ୍ର ତ୍ୟାଗର ଦିନରେ ଘୃଣା, ଅହଂକାର ତଥା ହିଂସାକୁ ବର୍ଜନ କରି ପରସ୍ପର ସହିତ ସ୍ନେହ ଓ ସମ୍ମାନ ପ୍ରଦର୍ଶନ କରିବା ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ । ଆଜି ସମସ୍ତେ ନୂଆ ପୋଷାକ ପିନ୍ଧି ପରସ୍ପରକୁ ସମ୍ମାନ ପ୍ରଦର୍ଶନ କରିବା ଦେଖାଯାଇଥାଏ ।

ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୁମିରେ ଇଦ୍-ଉଲ-ଜୁହାର ଏକ ସୁନ୍ଦର ବାଲୁକା ଚିତ୍ର ନିର୍ମାଣ କରି ଏହି ପର୍ବର ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.