Latest Odisha News

BREAKING NEWS

ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାରେ ଶତକ ହାସଲ କଲେ ବସନ୍ତ

ଭୁବନେଶ୍ୱର: ଓଡିଶାର ଷ୍ଟାର ବୋଲର ବସନ୍ତ ମହାନ୍ତି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିବାରେ ଶତକ ହାସଲ କରିଛନ୍ତି । ଚଳିତ ବେଙ୍ଗଲ ବିପକ୍ଷ ରଣଜୀ ମ୍ୟାଚରେ ସେ ଏହି ଗୌରବ ଅର୍ଜନ କରିଛନ୍ତି । ଉଇକେଟ ହାସଲକାରୀ ଏବଂ କଞ୍ଜୁସ ବୋଲର ଭାବେ ସେ ବେଶ୍ ପରିଚିତ । ୯୯ ମ୍ୟାଚରେ ସେ ୨.୩ ଆଭରେଜରେ ରନ ଦେଇଛନ୍ତି । ତାଙ୍କ କ୍ୟାରିୟରରେ ସେ ୩୮୪ ଉଇକେଟ ଅକ୍ତିଆର କରିଛନ୍ତି । ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ୭/୨୭ ରହିଥିବା ବେଳେ ୨୩ ଥର ୫ ଉଇକେଟ ସଫଳତା ହାସଲ କରିଛନ୍ତି ।

୩ ଥର ସେ ଗୋଟିଏ ମ୍ୟାଚରେ ୧୦ ଉଇକେଟ ହାସଲ କରିଛନ୍ତି । ଚମତ୍କାର ପ୍ରଦର୍ଶନ ସତ୍ୱେ ବସନ୍ତ ଜାତୀୟସ୍ତରରେ ଯେତିକି ପରିଚିତ ହେବା କଥା ସେତିିକି ହେଇନାହାନ୍ତି । ଲିଷ୍ଟ ଏ’ରେ ଏବଂ ଟି୨୦ରେ ମଧ୍ୟ ସେ କଞ୍ଜୁସ ବୋଲିଂ କରିଛନ୍ତି । ଭାରତ ଏ’ପକ୍ଷରୁ ଅଳ୍ପ କେତେକ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ୨୦୧୮-୧୯ରେ ସେ ଓଡିଶା ପକ୍ଷରୁ ସର୍ବାଧିକ ଉଇକେଟ ହାସଲ କରିଥିଲେ । ଚଳିତ ରଣଜୀ ସିଜନରେ ତାଙ୍କରି ବୋଲିଂ (୩୦ ଉଇକେଟ) ପ୍ରଦର୍ଶନ ଓଡିଶାକୁ କ୍ୱାର୍ଟରରେ ପ୍ରବେଶ କରାଇବାରେ ସହାୟ ହୋଇଛି । ଯୁବ ଖେଳାଳୀ ରାଜେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ସେ ଆବଶ୍ୟକ ମୁତାବକ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଉଛନ୍ତି । ବସନ୍ତ ପ୍ରଥମ ଶ୍ରେଣୀ କ୍ରିକେଟରେ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ବସନ୍ତ ଏବେ ଭୁବନେଶ୍ୱର ଏଜି ଅଫିସରେ କାର୍ଯ୍ୟରତ ।

Leave A Reply

Your email address will not be published.