Latest Odisha News

BREAKING NEWS

ମହନ୍ତ ନୃତ୍ୟ ଗୋପାଳ ଦାସ ହେଲେ ରାମ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ

ନୂଆଦିଲ୍ଲୀ: ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ହେଲେ ମହନ୍ତ ନୃତ୍ୟ ଗୋପାଳ ଦାସ । ଏନେଇ ବୁଧବାର ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଗଠିତ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ପ୍ରଥମ ବୈଠକରେ ନିଷ୍ପତ୍ତି ହୋଇଛି । ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି । ସେହିପରି ଚମ୍ପତ ରାୟ ସମ୍ପାଦକ ଓ ସ୍ୱାମୀ ଗୋବିନ୍ଦ ଦେବ ଗିରି କୋଷାଧ୍ୟାକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

ସୁପ୍ରିମକୋର୍ଟର ବରିଷ୍ଠ ଓକିଲ କେ ପରାସରନଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ କ୍ୟାବିନେଟ ସଚିବ ନୃପେନ୍ଦ୍ର ମିଶ୍ରଙ୍କୁ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ କରାଯାଇଛି । ମନ୍ଦିର ନିର୍ମାଣ ସମ୍ପର୍କରେ ଆଗାମୀ ୧୫ରୁ ୨୦ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ତେବେ ଏପ୍ରିଲ ୪ ତାରିଖରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବା ସମ୍ଭାବନା ରହିଛି ।
ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ଠାରୁ ଦାନ ଗ୍ରହଣ ଲାଗି ଅଯୋଧ୍ୟାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଏକ ଆକାଉଂଟ ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବା ଚମ୍ପତ ରାୟ ସୂଚନା ଦେଇଛନ୍ତି । ଫେବୃଆରୀ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ ସମ୍ପର୍କରେ ସଂସଦରେ ସୂଚନା ଦେଇଥିଲେ । ଟ୍ରଷ୍ଟରେ ମୋଟ ୧୫ଜଣ ସଦସ୍ୟ ରହିବେ । ଏଥିରୁ ୯ଜଣ ସ୍ଥାୟୀ ସଦସ୍ୟ ଓ ୬ ଜଣ ମନୋନୀତ ସଦସ୍ୟ ରହିବେ ବୋଲି ମୋଦି ସରକାର କହିଥିଲେ ।

Leave A Reply

Your email address will not be published.