Latest Odisha News

BREAKING NEWS

ଡରାଇଲାଣି ଡେଙ୍ଗୁ, ଭୁବନେଶ୍ବରରେ ବଢୁଛି ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ବର : ଡରାଇଲାଣି ଡେଙ୍ଗୁ । ପ୍ରତିଦିନ ଆକ୍ରାନ୍ତ ସଂଖ୍ରା ବଢୁଥିବାରୁ ଏବେ ଚିନ୍ତାରେ ପଡିଲେଣି ଭୁବନେଶ୍ବର ବାସିନ୍ଦା । ଡେଙ୍ଗୁ ଯୋଗୁଁ ଆଜି ରାଜ୍ୟରେ ପ୍ରଥମ ମୃତ୍ୟୁ ହୋଇଛି । ଯାହାକୁ ନେଇ ପ୍ରଶାସନର ଚିନ୍ତା ବି ବଢ଼ିଛି । ଏଭଳି ପରିସ୍ଥିତିରେ ଡେଙ୍ଗୁର ମୁକାବିଲା ପାଇଁ ବିଭିନ୍ନ ପ୍ରତିଷେଧକ ମୂଳକ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଗତକାଲି ସୁଦ୍ଧା ଭୁବନେଶ୍ବରରେ ୨୭୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥଲେ । ସେହିପରି ସାରା ରାଜ୍ୟରୁ ୪୨୭ ଜଣ ଡେଙ୍ଗୁ ଜ୍ବରରେ ଆକ୍ରାନ୍ତ ହଲେଣି । ଗତ ୩୦ ତାରିଖ ଠାରୁ ଭୁବନେଶ୍ବରରେ ଡେଙ୍ଗୁ ମାମଲା ବଢ଼ିବାରେ ଲାଗିଛି । ପ୍ରତିଦିନ ୧୫ ରୁ ୨୦ ମାମଲା ଚିହ୍ନଟ ହେଉଛି । ମୁକାବିଲା ପାଇଁ ବିଭିନ୍ନ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଏହା ଚିନ୍ତାଜନକ ନୁହେଁ । ସମସ୍ତେ ସଚେତନ ହେବା ସହ ଘର ଚାରିପାଖେ ପାଣି ଜମିବାକୁ ଦିଅନ୍ତୁ ନାହିଁ । ମଶା ଯେମିତି ନକାମୁଡ଼ିବ ସେଥିପାଇଁ ବ୍ୟବସ୍ଥା କରନ୍ତୁ । ସେହିପରି ବିଏମସି ତରଫରୁ ମଶା ମରା ଅଭିଯାନ ଜାରି ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

Leave A Reply

Your email address will not be published.