Latest Odisha News

ନିଆରା ନେତା: ଚାଷୀ ପରିବାରରୁ ରାଜନୀତିରେ ପିଏଚଡି ପ୍ରାର୍ଥୀ

ଭଦ୍ରକ :ସବୁଠି ଏବେ ନିର୍ବାଚନୀ ଉଷ୍ମତା । ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାୟ ଶିକ୍ଷିତ ପ୍ରାର୍ଥୀ ମାନଙ୍କୁ ଦେଖିବାକୁ ମିଳିଛି। ଯାହାକି ଏବେ ରାଜନୀତି ମାହୋଲକୁ ଆହୁରି ସରଗରମ କରୁଛି।

ଗାଁ ରାଜନୀତିରେ ପାଠୁଆଙ୍କ ଲାଗିଛି ଭିଡ , ସେମତି ଭଦ୍ରକରେ ଜଣେ ପିଏଚଡି ପ୍ରାର୍ଥୀ ଲଢୁଛନ୍ତି ପଞ୍ଚାୟତ ନିର୍ବାଚନ। ଗଣିତରେ ଟପ୍ପର ହୋଇଥିବା ଯୁବକ ମାନସ କୁମାର ସାହୁ ଏବେ ଗାଁ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରିଛନ୍ତି। ମହିଳା ଚାଷୀ ଛାୟାରାଣୀଙ୍କ ପୁଅ ହେଉଛନ୍ତି ମାନସ। ପାଠ ପଢା ସହିତ ରାଜନୀତି କରି ଲୋକଙ୍କ ସେବା କରିବାକୁ ମନ ବଳାଇଛନ୍ତି ।

ଭଦ୍ରକ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ୧୮ ନଂ ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ଶିକ୍ଷିତ ଯୁବକ ମାନସ କୁମାର ସାହୁ । ବିଜେପି ତରଫରୁ ସେ ଲଢେଇ କରୁଥିବା ବେଳେ ମାଆ, ମାଟିର ନାରା ଦେଇ ଘରଘର ବୁଲି ଭୋଟ ମାଗୁଛନ୍ତି ।

ନିଜ ଅଞ୍ଚଳରେ ବେକାରୀ ଯୁବକ ମାନଙ୍କୁ ନିଯୁକ୍ତି ଦେବା ସହ ଦୁର୍ନୀତିର ଚେର ଉପାଡି, ଭ୍ରଷ୍ଟାଚାର ବିରୋଧରେ ଲଢେଇ କରି ଦୁଃଖୀ, ଗରିବର ସେବା କରିବାକୁ ସେ ପିଏଚଡିରୁ ପଲିଟିକ୍ସରେ ପାଦ ରଖିଛନ୍ତି ।

ଗାଁ ରାଜନୀତିରେ ପାଦ ଦେଇ ସମାଜ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ।

Comments are closed.