Latest Odisha News

BREAKING NEWS

ନନ୍ଦନବିହାର ବସୁନ୍ଧରା କଲୋନୀ ଡକାୟତି ମାମଲା: ୫ ଡକାୟତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍

ଭୁବନେଶ୍ବର: ଇନ୍‌ଫୋସିଟି ଥାନା ନନ୍ଦନବିହାର ବସୁନ୍ଧରା କଲୋନି ଡକାୟତି ମାମଲା । ପୋଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି  । ଗତ ୨ ତାରିଖରେ ସିବିଆଇ ରେଡ୍‌ ବାହାନାରେ ଘରେ ପଶି ୨ କୋଟି ଟଙ୍କା ଓ ବିପୁଳ ଗହଣା ଲୁଟି ନେଇଥିଲେ ୯ ଜଣିଆ ଡକାୟତ ଗ୍ୟାଙ୍ଗ ।  କମିସନରେଟ୍‌ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଏହି ଡକାୟତି ମାମଲା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ପୁଲିସ ୩ ସପ୍ତାହରେ ଏହି ମାମଲାର ପର୍ଦ୍ଦାଫାସ କରିଛି।

ଅଭିଯୁକ୍ତ ମାନେ ହେଲେ  ଅନୁଗୁଳ ରେଙ୍ଗାଲି ଡ୍ୟାମ୍‌ କଲୋନି ମନ୍ଦିରସାହି ଅଞ୍ଚଳର ହେମନ୍ତ କୁମାର ଧୀର , ଲକ୍ଷ୍ମୀବଜାର ଅଞ୍ଚଳର ସନାତନ ନାୟକ ,  ଭୁବନେଶ୍ବର ସାଲିଆସାହିରେ ରହୁଥିବା ଅନୁଗୁଳ ଅମଲାପଡ଼ାର ଅର୍‌ବାଜ ଖାଁ ଓରଫ୍ ବିଟୁ , କେନ୍ଦ୍ରପଡ଼ା ପଟାମୁଣ୍ଡାଇ ତେଲେଙ୍ଗାବସନ୍ତର ସଞ୍ଜୟ ମଲ୍ଲିକ ଓରଫ୍ କାଳିଆ ଏବଂ ଭୁବନେଶ୍ବର ଲକ୍ଷ୍ମୀସାଗରରେ ରହୁଥିବା ଯାଜପୁର ବରୀ ଦରଘାର ଅଜ୍‌ମର ଅଲ୍ଲୀ ଓରଫ୍ ରାଜା  । ପୋଲିସ  ସେମାନଙ୍କଠାରୁ ନଗଦ ୧କୋଟି ୨ଲକ୍ଷ ଟଙ୍କା, ଗୋଟିଏ ସୁନା ହାର, ଗୋଟିଏ ଚେନ୍, ୪ଟି ମୁଦି ଓ ହଳେ କାନଫୁଲ ଜବତ କରିଛି। ଏଥିସହିତ ଏକ ଅଟୋମେଟିକ୍ ପିସ୍ତଲ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ପୁଲିସ୍ କୋଲକାତା, ଚେନ୍ନାଇ ଏବଂ ଅନୁଗୁଳ ରେଙ୍ଗାଲିରୁ ଗିରଫ କରିଛି। ତେବେ ଏହି ଡକାୟତିର ମାଷ୍ଟର ମାଇଣ୍ଡ ବାଦାଲ ଏବଂ ଅନ୍ୟ ତିନି ଡକାୟତ ଧରାପଡ଼ିନାହାନ୍ତି।….

Leave A Reply

Your email address will not be published.