Latest Odisha News

BREAKING NEWS

ମଦ ମାଫିଆଙ୍କୁ ଧରିବାକୁ ଯାଇ ନିସ୍ତୁକ ମାଡ ଖାଇଲା ପୋଲିସ

ଭଦ୍ରକ : ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ହଟହଟା  । ସାଦା ପୋଷାକରେ ଯାଇଥିବା ପୋଲିସ ଅଧିକାରୀଙ୍କୁ ନିସ୍ତୁକ ମାଡ ମାରିଲେ ମଦ ମାଫିଆ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସାବରଙ୍ଗ ଥାନା ଇଛାପୁର ସ୍ଥିତ ମାମଲି ହୋଟେଲରେ  । ଦୀର୍ଘ ଦିନ ହେଲା ଏଠାରେ ଚୋରା ମଦ କାରବାର ଚାଲିଥିଲା । ଏ ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରି ଆସୁଥିଲେ ।

ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇ ସାବରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ପୋଲିସ କର୍ମଚାରୀଙ୍କୁ ହଠାତ୍ ମଦ ମାଫିଆମାନେ ଦେଖି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ  । ଏବଂ ନିସ୍ତୁକ ମାଡ ମଧ୍ୟ ମାରିଥିଲେ  । ଘଟଣାରେ ପୋଲିସ ଏସଆଇ ରାମଚନ୍ଦ୍ର ପାତ୍ର ଏବଂ ଏସଆଇ ଜୟଶ୍ରୀ ଦାସ ଗୁରୁତର ଆହତ ହୋଇଛନ୍ତି । ଅଭିଯୁକ୍ତ ମାନେ ହେଲେ  ଦଇତାରୀ ନାୟକ, ମନ ନାୟକ ଏବଂ  ରାଜଲକ୍ଷ୍ମୀ ନାୟକ  । ସେପଟେ ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିଥିବାବେଳେ  ଅନ୍ୟ ଜଣଙ୍କୁ ଖୋଜାଖୋଜି କରୁଛି ।

Leave A Reply

Your email address will not be published.