ଭୁବନେଶ୍ବର: ଭୂମିହୀନଙ୍କୁ ମିଳିବ ଜମି। ଘର କରିବାକୁ ସେମାନଙ୍କୁ ରାଜ୍ୟସରକାର ଯୋଗାଇବେ ୪ ଡେସିମିଲ ଜମି। ଏନେଇ ଗୁରୁତ୍ବପୂର୍ଣ୍ଣ ସୂଚନ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଲ୍ୟାଣ୍ଡ ସେଟଲମେଣ୍ଟ ୧୯୬୨ ଅନୁଯାୟୀ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ୪ ଡେସିମିଲ ଜମି ଦିଆଯିବାର ବ୍ୟବସ୍ଥା ଅଛି। ପୂର୍ବରୁ ସେ ଜମି ୧୦ ବର୍ଷ ପରେ ବିକ୍ରି କରିବାର ନିୟମ ମଧ୍ୟ ଥିଲା। କିନ୍ତୁ ଏହାକୁ ଏଣିକି ବିକ୍ରି କରାଯାଇ ପାରିବ ନାହିଁ ବୋଲି ସରକାରୀସ୍ତରରେ ସଂଶୋଧନ କରାଯାଇଛି।
Comments are closed.