Latest Odisha News

BREAKING NEWS

ଅମ୍ଳଜାନ ଅଭାବ ଯୋଗୁ ଡାକ୍ତରଙ୍କ ସମେତ ୮ କରୋନା ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଅକ୍ସିଜେନ ଅଭାବ ଯୋଗୁ ଶନିବାର ଦିନ ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଡାକ୍ତରଙ୍କ ସମେତ ୮ ଜଣ କୋଭିଡ ରୋଗୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଡାକ୍ତରଖାନା ଏକ ବିବୃତ୍ତିରେ କହିଛି ଯେ ଶନିବାର ଦିନ ଜଣେ ଡାକ୍ତରଙ୍କ ସମେତ ଅମ୍ଳଜାନ ଅଭାବରୁ ୮ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ବାତ୍ରା ହସ୍ପିଟାଲର ଡାକ୍ତରୀ ନିର୍ଦ୍ଦେଶକ ଡକ୍ଟର ଏସସିଏଲ ଗୁପ୍ତା କହିଛନ୍ତି ଯେ ଆମେ ଅମ୍ଳଜାନ ଯୋଗାଣ ବିନା ପ୍ରାୟ ଏକ ଘଣ୍ଟା ପାଇଁ ଆମର ଅପରେସନ୍ ଚଳାଇଥିଲୁ। ଏହାସତ୍ତ୍ବେ ବି ଅମ୍ଳଜାନ ଅଭାବ ଯୋଗୁ ଜଣେ ଡାକ୍ତରଙ୍କ ସମେତ ୮ ଜଣ କରୋନା ରୋଗୀଙ୍କ ଜୀବନ ହାନି ହୋଇଛି।

Comments are closed.