Latest Odisha News

BREAKING NEWS

ଦୁନିଆର ସବୁଠାରୁ ଛୋଟ କୁକୁର: ଓଜନ ମାତ୍ର ଅଧା କିଲୋ

ଇଟାଲୀ: ଦୁନିଆରେ ଅନେକ ପଶୁପକ୍ଷୀ ଅଛନ୍ତି । ସେଥିମଧ୍ୟରୁ କିଛି ଆମେ ପାଳିଥାଉ । ହେଲେ କୁକୁର ପାଳିବା ଅଧିକାଂଶ ଲୋକଙ୍କର ସଉକ୍ । କିନ୍ତୁ ଏମିତି ଏକ କୁକୁର ଅଛି, ଯାହା ଦୁନିଆର ସବୁଠାରୁ ଛୋଟ କୁକୁର ବୋଲି କୁହାଯାଏ । ତାକୁ ଆପଣ ପକେଟରେ ମଧ୍ୟ ପୁରେଇ ନେଇପାରିବେ । କେବଳ ସେତିକି ନୁହେଁ, ତାହାର ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ବି ସ୍ଥାନିତ ହୋଇଛି ।

BjdElectrycity

ଇଟାଲିର ବାସିନ୍ଦା ଭେନେସା ସେମଲର୍ । କୁକୁର ପାଳିବା ତାଙ୍କର ଖୁବ୍ ସଉକ । ସେଥିଲାଗି ସେ ଗୋଟିଏ କୁକୁର ପାଳିଥିଲେ, ଯାହାଦ୍ୱାରା ସେ ଏବେ ବେଶ୍ ପରିଚିତ । ୨୦୨୦ ମସିହା ସେପ୍ଟେମ୍ବର ୧ ତାରିଖରେ ଜନ୍ମ ହୋଇଥିବା ଏହି କୁକୁରଟିର ନାମ ହେଉଛି ପର୍ଲ । ଏହା ଚିହୁଆହୁଆ ପ୍ରଜାତିର । ଏହାର ଉଚ୍ଚତା ମାତ୍ର ୯.୧୪ ସେମି ଏବଂ ଲମ୍ବା ୧୨.୭ ସେମି । ବର୍ତ୍ତମାନ ଏହାର ଓଜନ ମାତ୍ର ୫୫୩ ଗ୍ରାମ । ସବୁଠୁ ରୋଚକ କଥା ହେଲା, ପର୍ଲ ହେଉଛି ମିରାକଲ ମିଲିର ଛୁଆ , ଯିଏ ପୂର୍ବରୁ ଦୁନିଆର ସବୁଠାରୁ ଛୋଟ କୁକୁର ଭାବରେ ବିଶ୍ୱ ରେକର୍ଡ କରିଥିଲା । ମିଲି  ପରି ପର୍ଲ ମଧ୍ୟ ଜନ୍ମ ସମୟରେ ମାତ୍ର ୨୮ ଗ୍ରାମ ଥିଲା । ନିକଟରେ ପର୍ଲର ମାଲିକ ଭେନେସା ସେମଲର୍ ଏହାକୁ ଏକ ଇଟାଲୀ ଟିଭି ଶୋରେ ଆଣିବା ପରେ ଏହା ବେଶ୍ ପରିଚିତ ହୋଇଗଲା । ସେମଲର୍ କୁହନ୍ତି, ଆମେ ବହୁତ ଭାଗ୍ୟବାନ ଯେ ଆମର କୁକୁର ଦୁନିଆର ସବୁଠାରୁ ଛୋଟ କୁକୁର ଭାବେ ଗିନିଜ ୱାର୍ଲ୍ଡ ରେକର୍ଡ କରିଛି ।

Leave A Reply

Your email address will not be published.