ନୂଆଦିଲ୍ଲୀ: ଚୀନରେ କରୋନା କଟକଣା ନେଇ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ରିପୋର୍ଟିଂ କରୁଥିବା ବେଳେ ବିବିସି ରିପୋର୍ଟରଙ୍କ ଉପରେ ଚୀନ ପୋଲିସ କଠୋର ବ୍ୟବହାର ପ୍ରଦର୍ଶନ କରିଛି । ଅଧିକାରୀମାନେ ତାଙ୍କୁ ମାଡ ମାରିବା ସହ ଘୋଷାରି ଥାନାକୁ ନେଇ ପଳାଇଥିଲେ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅବଶ୍ୟ କିଛି ସମୟ ଅଟକ ରଖିବା ପରେ ତାଙ୍କୁ ଛାଡି ଦେଇଥିଲେ । ଏହି ସାମ୍ବାଦିକଙ୍କ ନାମ ଅଡ ଲରେନ୍ସ । ବିବିସି ପକ୍ଷରୁ ମଧ୍ୟ ତାଙ୍କୁ ସାମ୍ବାଦିକଙ୍କୁ ଅଟକ ରଖା ଯାଇଥିବା ସ୍ପଷ୍ଟ କରିଛି ।
ଚୀନରେ ଆନ୍ଦୋଳନକାରୀମାନେ ପ୍ରଦର୍ଶନ ଉଗ୍ର ହେବାରେ ଲାଗିଛି । ଲକଡାଉନ ସମୟରେ ସାଂଘାଇରେ ଏକ ଆପାର୍ଟମେଂଟରେ ନିଆଁ ଲାଗି ଯାଇଥିଲେ ମଧ୍ୟ ପୋଲିସ ବାହାରକୁ ଆସିବା ପାଇଁ କାହାକୁ ଅନୁମତି ଦେଇ ନ ଥିଲେ । ଏହି ଅଗ୍ନିକାଣ୍ଡରେ ୧୦ଜଣଙ୍କ ଜୀବନ ଯାଇଥିଲା । ସେବେଠାରୁ ଲକଡାଉନକୁ ବିରୋଧ କରି ଆନ୍ଦୋଳନ କରାଯାଉଛି ।
Comments are closed.