Latest Odisha News

BREAKING NEWS

ଶେଷ ୨ଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଶେଷ ୨ଟି ମ୍ୟାଚ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବୁଧବାର ଦଳ ଘୋଷଣା କରିଛି । ଉମେଶ ଯାଦବ ଫିଟନେସ ଟେଷ୍ଟରେ ପାସ୍ ହେଲେ ଦଳ ସହିତ ଯୋଗ ଦେବେ । ଶାହାବାଜ ନଦୀମ ଦଳରୁ ରିଲିଜ କରାଯାଇଛି । ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ ସମାନ ସ୍ଥିତିରେ ରହିଛି । ମୋଟେରା ଷ୍ଟାଡିୟମରେ ବାକି ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ । ଅଭିମନ୍ୟୁ ଈଶରନ, ନଦୀମ ଓ ପ୍ରିୟଙ୍କ ପଂଚାଲଙ୍କୁ ବିଜୟ ହଜାରେ ଟ୍ରଫି ଖେଳିବା ପାଇଁ ବିସିସିଆଇ ଅନୁମତି ଦେଇଛି ।

ଟିମ୍ ଇଣ୍ଡିଆ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ(ଉପଅଧିନାୟକ), କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ରିଦ୍ଧିମାନ ଶାହ, ଆର.ଅଶ୍ୱିନୀ, କୂଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଈଶାନ୍ତ ଶର୍ମା, ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ ।

Comments are closed.