Latest Odisha News

BREAKING NEWS

ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବୁଧବାର ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି । ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ୩ଟି ଟି୨୦ ମ୍ୟାଚ ଖେଳାଯିବ । ସେପ୍ଟେମ୍ବର ୨୦, ୨୩ ଓ ୨୫ରେ ଯଥାକ୍ରମେ ମୋହାଲୀ, ନାଗପୁର ଓ ହାଇଦ୍ରାବାଦରେ ଏହା ଆୟୋଜିତ ହେବ । ଏହା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଲେଖାଁଏ ଟି୨୦ ଓ ଦିନିକିଆ ମ୍ୟାଚ ଆୟୋଜିତ ହେବ ।

ସେପ୍ଟମ୍ବର ୨୮, ଅକ୍ଟୋବର ୨ ଓ ୪ରେ ଥିରୁୱନ୍ତପୁରମ, ଗୌହାଟୀ ଓ ଇନ୍ଦୋରରେ ଟି୨୦ ଏବଂ ଅକ୍ଟୋବର ୬, ୯ ଓ ୧୧ରେ ଲକ୍ଷ୍ନୌ, ରାଂଚୀ ଓ ଦିଲ୍ଲୀରେ ଦିନିକିଆ ମ୍ୟାଚ ଖେଳାଯିବ । ଅଗଷ୍ଟ ୨୮ରୁ ଆରମ୍ଭ ହେବାକୁ ଥିବା ଏସିଆ କପରେ ଯୋଗ ଦେବା ପାଇଁ ୟୁଏଇ ଗସ୍ତରେ ଭାରତ ଯିବ । ଏହା ମଧ୍ୟ ଟି୨୦ ଫର୍ମାଟରେ ଖେଳାଯିବ । ସେଠାରୁ ଫେରିବା ପରେ ଭାରତ ଘରୋଇ ସିରିଜରେ ଭାଗ ନେବ ।

Leave A Reply

Your email address will not be published.