Latest Odisha News

BREAKING NEWS

ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାର ଯୋଜନା କରିଛନ୍ତି ସେ ହିଁ ନବ ଦାସଙ୍କ ହତ୍ୟାକାରୀ-ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ନବ ଦାସଙ୍କ ମୃତ୍ୟୁ ଘଟଣାରେ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ । କହିଲେ ମୁଖ୍ୟମନ୍ତ୍ରୀ ଆଶା ହିଁ କାଳ ହେଲା ନବଙ୍କ ପାଇଁ । ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ପରେ ତାଙ୍କ ପଦରେ ବସିବାକୁ ଚାହୁଁଛନ୍ତି ସେମାନେ ହିଁ ନବ ଦାସଙ୍କୁ ରାସ୍ତାରୁ ହଟାଇଛନ୍ତି ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।

ଆଜି ସାମ୍ବଦିକମାନଙ୍କୁ ଏକ ସାକ୍ଷାତ ଦେଇ ପ୍ରଦୀପ ପୁରୋହିତ କହିଛନ୍ତି, ଶନିଦେବ ମନ୍ଦିରରୁ ଆସିବା ପରେ ତାଙ୍କୁ ଚେତାବନୀ ଦିଆଯାଇଛି । କ୍ରାଇମବ୍ରାଞ୍ଚ ତଦନ୍ତକୁ ଆକ୍ଷେପ କରି ପୁରୋହିତ କହିଛି,   କ୍ରାଇମବ୍ରାଞ୍ଚ ଏ ଯାଏ ନବ ଦାସ ହତ୍ୟାର କାହାଣୀ ପ୍ଲଟ ତିଆାରି କରିପାରିନି । ଯେଉଁଦିନ ଏହି ପ୍ଲଟ ତିଆରି କରିବ ସେ ଦିନ ସେ ନବ ଦାସଙ୍କ ହତ୍ୟା କାହିଁକି ଓ କିପରି ହେଲା କହିବ । କିନ୍ତୁ ପ୍ରକୃତ ସତ୍ୟ, ଗୂଢ ରହସ୍ୟ ସାମ୍ନାକୁ କିନ୍ତୁ ଆଣିପାରିବ ନାହିଁ ବୋଲି ପୁରୋହିତ କହିଛନ୍ତି । ଏପରିକି ଯିଏ ନବ ଦାସଙ୍କୁ ମାରିଛି ତାଙ୍କୁ ସୁରକ୍ଷା ଦେବା ପାଇଁ କ୍ରାଇମ ବ୍ରାଞ୍ଚ ପ୍ଲଟ ତିଆରି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ପୁରୋହିତ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ବିଜେଡିର ନେତୃତ୍ୱ କିଏ ନେବ ?  ମୁଖ୍ୟମନ୍ତ୍ରୀ ଗାଦିରେ କିଏ ବସିବ ?   ସେ ବିବାଦ ହିଁ ନବ ଦାସଙ୍କ ହତ୍ୟାର କାରଣ । ଯିଏ ମୁଖ୍ୟମନ୍ତ୍ରୀଙ୍କ ଆବର୍ତ୍ତମାନରେ ତାଙ୍କ ପଦ ନେବାକୁ ଚାହୁଁଛନ୍ତି ସେ ହିଁ ନବ ଦାସଙ୍କୁ ରାସ୍ତାରୁ ହଟାଇବା ପାଇଁ ତାଙ୍କୁ ହତ୍ୟା କରିଛି ବୋଲି କହିଛନ୍ତି ପ୍ରଦୀପ ପୁରୋହିତ ।

ଶନିଦେବଙ୍କ ମନ୍ଦିରକୁ  ଯିବା ଏବଂ  ଏକ କୋଟି ଟଙ୍କାର ସୁନାକଳସ  ଦେବା ପଛର କାରଣ ସମ୍ପର୍କରେ ପ୍ରଦୀପ କହିଥିଲେ, ଶୁଣିବାକୁ ମିଳୁଛି, କେହି ଜ୍ୟୋତିଷ କୁଆଡେ ନବ ଦାସଙ୍କୁ କହିଥିଲା, ଭବିଷ୍ୟତରେ ନବ ଦାସ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଅଛି । ଏହା ଶୁଣିବା ପରେ କୁଆଡେ ନବ ଦାସ ଶନି ମନ୍ଦିର ଯାଇଥିଲେ। ତେଣୁ ଯେଉଁମାନେ ନବୀନ ପଟ୍ଟନାୟକଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାର ଯୋଜନା କରିଛନ୍ତି ସେହିମାନେ ହିଁ ନବ ଦାସଙ୍କୁ ହତ୍ୟା କରିଛନ୍ତି ।

ତେଣୁ କ୍ରାଇମବ୍ରାଞ୍ଚ ଏ ମାମଲାର ପ୍ରକୃତ ରହସ୍ୟ ଉନ୍ମୋଚନ କରିପାରିବ ନାହିଁ । ବରଂ ହତ୍ୟାକାରୀଙ୍କୁ ସୁରକ୍ଷା ଦେବ । ଏହାର ସିବିଆଇ ତଦନ୍ତ ହେବା ନିହାତି ଦରକାର । ଏହା ଖାଲି ବିଜେପି ନୁହେଁ, ରାଜ୍ୟବାସୀ ବି ଚାହୁଁଛନ୍ତି ବୋଲି କହିଛନ୍ତି ପ୍ରଦୀପ ପୁରୋହିତ ।

Leave A Reply

Your email address will not be published.